କାମାକ୍ଷାନଗର (ମ ନି ସ)21/12/ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରକଳ୍ପର କୁସୁମ ଯୋଡି, ମହୁଲପାଳ, ବାରୁଆଁ, ତୁମୁସିଙ୍ଗା ସେକ୍ଟର ର ସମସ୍ତ କର୍ମୀ ଓ ସହକର୍ମୀ ମାନେ , ବିଭିନ୍ନ ସମସ୍ୟା ର ସମାଧାନ ତଥା ବିଭିନ୍ନ ଦାବି ପୂରଣ ଉଦ୍ଦେଶ୍ୟ ରେ ଆସନ୍ତା ୨୧ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବା ସଙ୍ଗେ ସଙ୍ଗେ ସମସ୍ତ ସରକାରୀ କାର୍ଯ୍ୟ ରୁ ନିବୃତ ରହିବା ପ୍ରତିବାଦ ରେ ଆଜି କାମାକ୍ଷାନଗର ମଜଦୁର ସଙ୍ଘ ପକ୍ଷରୁ କାମାକ୍ଷା ନଗର ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ସେମାନଙ୍କ ୮ ଦଫା ଦାବି ଗୁଡିକ ହେଲା ଆନ୍ଦୋଳନ ସମୟ ରେ ବହିଷ୍କୃତ ୬ଜଣ ଅଙ୍ଗନବାଡି କର୍ମୀ ଙ୍କୁ ପୁନଃ ନିଯୁକ୍ତି ପ୍ରଦାନ,ଅଙ୍ଗନବାଡି କର୍ମଚାରୀ ଙ୍କୁ ସରକାରୀ କର୍ମଚାରୀ ପ୍ରଦାନ, ମିନି ଅଙ୍ଗନବାଡି ଉଛେଦ କରି ମୁଖ୍ୟ ଅଙ୍ଗନବାଡି କର୍ମୀ ର ମାନ୍ୟତା ପ୍ରଦାନ,ଅଙ୍ଗନବାଡି, ମିନି ଅଙ୍ଗନବାଡି, ସହାୟିକା ଙ୍କୁ ଅବସର କାଳୀନ ସହାୟତା ପ୍ରଦାନ, ଗାଁ କଲ୍ୟାଣ ସମିତି ରୁ ଅଙ୍ଗନବାଡି କର୍ମଚାରୀ ଙ୍କୁ ବାଦ, ନୂତନ ଶିକ୍ଷାନୀତି ରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ସମସ୍ତ କର୍ମଚାରୀ ଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା,୫୦ ଶତକଡା ଅଙ୍ଗନବାଡି କର୍ମୀଙ୍କୁ ପଦୋନ୍ନତି ଦିଆଯିବା ବେଳେ ଆଉ,୫୦ ଶତକଡା ସ୍ନାତକ ଓ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯିବା ଆଦି ଦାବି ପ୍ରଦାନ କରିଛନ୍ତି |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ