କୋକସରା,୨୧/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ଲଡୁଗାଁ ହାୟର ସେକେଣ୍ଡରି ସ୍କୁଲ ପରିସରରେ ସୋମବାର ଦିବ୍ୟାଙ୍ଗ ସଚେତନତା ସମାବେଶ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଛାତ୍ରୀଙ୍କ ସ୍ୱାଗତ ସଙ୍ଗୀତ ସହ ଅଧ୍ୟକ୍ଷ ଡ଼. ନିହାର କାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ବରିଷ୍ଠ ସମାଜସେବୀ ଶାରଳା ପ୍ରସାଦ ପାଢ଼ୀ ସମାବେଶକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ରାଧେଶ୍ୟାମ ଶର୍ମା, କମଳ ଅଗ୍ରୱାଲ, ଅଶୋକ ଅଗ୍ରୱାଲ , ଶିକ୍ଷାବିତ୍ ବସନ୍ତ କୁମାର ନାଏକ, ସଞ୍ଜୀବ କୁମାର ଠାକୁର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଏପରି ଜନ ହିତକର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସିତ କରିଥିଲେ। ଲଡୁଗାଁ ପଞ୍ଚାୟତର ଆଇଁଲି, ସୁପାଡ଼, ଘନାଗୁଡା, ମୁଟୁରାବାହିଲି, ସୁନାମାଲ ଓ ପିତବାସପୁର ଅଞ୍ଚଳର ଦିବ୍ୟାଙ୍ଗ ମାନେ ଅଂଶଗ୍ରହଣ କରିଥିଲେ। ପ୍ରଫେସର ଭୁବନେଶ୍ୱର ମେମୋରିଆଲ ସଙ୍ଗଠନର ସମ୍ପାଦକ ଅଭିନାଶ ମୁଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦିବ୍ୟାଙ୍ଗ ମାନଙ୍କୁ ସଙ୍ଗଠନ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ହେମନ୍ତ ସେନାପତି, କଲ୍ୟାଣି ମହାନ୍ତି, ପ୍ରେମାନନ୍ଦ ସାହା, ବିରେନ୍ଦ୍ର ନାରାୟଣ ଦାସ, ଭାରତ ଠାକୁର, ପ୍ରଶାନ୍ତ କୁମାର ଯୋଷୀ ସକ୍ରିୟ ସହଯୋଗ କରିଥିଲେ। ରେଡ଼କ୍ରସ ୟୁନିଟ ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀ ମାନେ ଶୀତବସ୍ତ୍ର ବଣ୍ଟନରେ ସହଯୋଗ କରିଥିଲେ। ୟୁଥ ରେଡ଼କ୍ରସ ପରାମର୍ଶ ଦାତା ଅଧ୍ୟାପକ ସଂଜୟ ପୁରୋହିତ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।