କୋକସରା,୨୧/୧୨- କୋକସରା ବ୍ଲକ ପେନସନ ଗ୍ରାହୀ ସଙ୍ଘର ଏକ ସାଧାରଣ କାର୍ଯ୍ୟକାରିଣୀ ବୈଠକ ଶନିବାର କୋକସରା ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ ଚଣ୍ଡି ପ୍ରସାଦ ପ୍ରଧାନୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗ ଦେଇଥିବା ବେଳେ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ପେନସନ ଗ୍ରାହୀ ସଙ୍ଘର କର୍ମ କର୍ତ୍ତା ଫକିର ଅଧିକାରୀ, ରାମ ପ୍ରସାଦ ନାଏକ ଓ ପରମେଶ୍ବର ଗୋପାଳଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରା ଯାଇଥିଲା। ବିଧାୟକଙ୍କୁ ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ପେନସନ ଧାରୀଙ୍କୁ ସ୍ୱାସ୍ଥ୍ୟ ଭତ୍ତା ଦେବାପାଇଁ ବିଧାନସଭାରେ ପ୍ରଶ୍ନ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି। କାର୍ଯ୍ୟକ୍ରମରେ ଅଶୋକ ମାଝୀ, ଧବଳେଶ୍ବର ନାଗ, ଗୋକୁଳ ଚନ୍ଦ୍ର ଖମାରି, କାଶୀନାଥ ପୁଝାରି, ନବୀନ କୁମାର ଚଣ୍ଡି, କୀର୍ତ୍ତନ ଶବର, ବୁଟୁନାଥ ସରାବୁ, ଜୟଲାଲ ନାଏକ, କେଶବ ଚନ୍ଦ୍ର ନାଏକ, ମୁକ୍ତେଶ୍ଵର ପଟ୍ଟନାୟକ, ସୋମନାଥ ରାଉତ, ଦୁର୍ଗା ପ୍ରସାଦ ଚିନ୍ଦା, ବିଶ୍ୱମର ନାଏକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମ୍ପାଦକ ମିନିକେତନ ପ୍ରଧାନୀ ବୈଠକ ପରିଚାଳନା କରିଥିବା ବେଳେ ମୁକ୍ତେଶ୍ଵର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
previous post