Uncategorizedଅପରାଜିତା ପରିଡ଼ା ଙ୍କ କବିତା l l ଏକ ହିଁ ଈଶ୍ୱର by Sunil Chandra NayakDecember 27, 2022December 28, 2022084 Share2 l l ଏକ ହିଁ ଈଶ୍ୱର l l ଆମେ ଭାଗ୍ୟବାନ ମଣିଷ ଜାତି ତ ବଡ଼ଯେ ବିଚାର ବନ୍ତ ଏଇ ବସୁଧା ତ ଗୋଟିଏ କୁଟୁମ୍ବ ଘର ତ ଏଇ ଜଗତ,, ସାରା ସଂସାର ର ଜଣେ ତ ନିୟନ୍ତା ଅଟନ୍ତି ଏକା ଈଶ୍ୱର ସୂର୍ଯ୍ୟ ଚନ୍ଦ୍ର ତାରା ତାଙ୍କରି ସର୍ଜନା ସେଇ ବିଶ୍ୱ କାରିଗର,, ଗିରି ବନ ରାଜି ଝରଣା ଝରଇ ସୁମଧୁର ଝଙ୍କାର ରେ ସମୀର ବହଇ ଓଁ କାର ସୁର ରେ ସୁଷମା ଭରେ ମହୀରେ,, ପ୍ରାଣ ସଂଚରଇ ବୃକ୍ଷ ତରୁ ଲାଗି ଅପୂର୍ବ ସୁନ୍ଦର କାନ୍ତି ବାର ମାସ ଛ ଋତୁ ସମ୍ଭାର ରେ ଖରା ବର୍ଷା ଶୀତ କୃତି,, କେତେ ପଶୁ ପକ୍ଷୀ କୀଟ ପତଙ୍ଗ ର ଅନୁପମ ସମାହାର ସାରା ସଂସାର ର ଗୋଟିଏ ଈଶ୍ୱର ଅଟନ୍ତି ପରମେଶ୍ୱର,, ସବୁରୀ ଓଠରେ ସୁନ୍ଦର ହସ ଟେ ଦେଇଛନ୍ତି ଦୟାମୟ ସବୁରୀ ପ୍ରାଣ ରେ ସମ୍ବେଦନ ଭାବ ହେଉ ପ୍ରଭୁ ହେ ଉଦୟ,, ସ୍ନେହ ମମତା ରେ ମିଷ୍ଟ ବଚନ ରେ ତୋଷିବା ସବୁରୀ ମନ ମରଣ ଶୀଳ ଏ ମଣିଷ ଜୀଵନ ଅତିଥି ଦୁଇ ଦିନ ର,, ଈଶ୍ୱର ବିଶ୍ୱାସ ଆସ୍ତିକତା ଭାବ ହୃଦୟ ରେ ଜାଗି ଉଠୁ ସବୁରୀ ପ୍ରାଣ ରେ ଈଶ୍ୱର ଅଛନ୍ତି ସଭିଙ୍କୁ ସମ୍ମାନ ମିଳୁ,, ଜାତି ଧର୍ମ ନାଁ ରେ ନରହୁ ବିଭେଦ ଗୋଟିଏ ମଣିଷ ଜାତି ସବୁରୀ ଧରମ ମାନବ ବାଦ ରେ ହେଉ ଆମ ଗୋଟେ ନିତି, ସବୁରୀ ମନ ରେ ଭାଇଚାରା ଭାବ ଜାଗି ଉଠୁ ନିର୍ବିଶେଷରେ ସ୍ନେହ ଦୟା ସେବା ଧରମ ଆଚରି ଖୁସି ରେ ରୁହନ୍ତୁ ସମସ୍ତେ,, ଅପରାଜିତା ପରିଡ଼ା କୁଜଙ୍ଗ , ଜଗତସିଂପୁର