ଭବାନୀପାଟଣା// ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କ ସହ କଳାହାଣ୍ଡି ଜିଲ୍ଲା ସି ଟି ପ୍ରାଥମିକ ଶିକ୍ଷକ ସଂଘ ର ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା । ଭବାନୀପାଟଣା ତା ୨୯.୧୨.୨୨ କଲାହାଣ୍ଡି ଗ୍ରସ୍ତ ରେ ଆସିଥିବା ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କୁ ନିଖିଳ ଉତ୍କଳ ସି. ଟି ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡ଼ିଶା , ଭୁବନେଶ୍ଵର ର ଶାଖା ସଂଘ କଳାହାଣ୍ଡି ଜିଲ୍ଲା ସି ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଦୁର୍ଯୋଧନ ମାଝୀ ଓ କାର୍ଯ୍ୟକାରୀ ସଭାପତି ଭୃକୁଟି ଗୌଡ ଙ୍କ ନେତୃତ୍ବ ରେ ଏକ ଦଶ ଜଣିଆ ପ୍ରତିନିଧି ଦଳ ସ୍ଥାନୀୟ ସର୍କିଟ ହାଉସ ରେ ରେ ସାକ୍ଷାତ ଆଲୋଚନା କରି ଥିଲେ । ସଂଗଠନ ସଂପାଦକ ଧନଞ୍ଜୟ ସାହୁ,ଉପସଭାନେତ୍ରୀ ସିପ୍ରା ମହାପାତ୍ର, ସଂଯୋଜିକା ବସୁମତୀ ସାହୁ ,ଯୁଗ୍ମ ସମ୍ପାଦକ ପାର୍ଥ ମହାନନ୍ଦ, ଉପଦେଷ୍ଟା : – ପ୍ରଫୁଲ୍ଲ ଦାସ,ଏମ ନାଗେଶ୍ବର ରାଓଦୋରା ପ୍ରମୁଖ ଶିକ୍ଷା ଏବଂ ଶିକ୍ଷକ ମାନଙ୍କ ସମସ୍ୟା ସମ୍ପର୍କରେ ମହାମାନ୍ୟ ରାଜ୍ୟପାଳ ଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କ୍ଷେତ୍ରରେ ଆନ୍ତରିକ ସହ ଯୋଗ କାମନା କରିଥିଲେ ।
previous post