ଟୋକେନ୍ ଲେପ୍ସ ଯୋଗୁ ଚାଷୀ ଚିନ୍ତାରେ
ନୂଆପଡା: ନୂଆପଡା ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ଯୋଗୁ ଚାଷୀ ମାନଙ୍କ ଟୋକନ ଲେସ୍ପ ହୋଇ ଦୀର୍ଘ ଦିନ ଧରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଥିବାରୁ ଚିନ୍ତାରେ ଚାଷୀ । ଏହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଧାନ ମଣ୍ଡିରେ । ଡୁଆଝର ସମବାୟ ସମିତି ଅଧୀନରେ ଧାନ ମଣ୍ଡି ଚାଲିଛି ଡୁଆଝର ମଣ୍ଡି ଅଧୀନରେ ନଅ ଗୋଟି ପଞ୍ଚାୟତ ଡୁଆଝର, ସରଧାପୁର, ରାଣୀମୁଣ୍ଡା, କିରିକିଟା, ଦାବ୍ରି, ବିରିଘାଟ, ସୁନାରିସୀକୁଆ, ଲାଞ୍ଜି, କେନ୍ଦୁପାଟି ପଞ୍ଚାୟତର ୩୩ ଖଣ୍ଡ ଗ୍ରାମର ଚାଷୀ ନିର୍ଭର କରିଥାନ୍ତି । ହେଲେ କିଛିଦିନ ହେଲା ଡୁଆଝର ମଣ୍ଡିରେ ଟୋକନ ପାଇ ଧାନ ବିକ୍ରି ପାଇଁ ମଣ୍ଡିରେ ଧାନ ଦେଇଥିବା ୬୨ ଜଣ ଚାଷିଙ୍କ ଟୋକନ ଲେସ୍ପ ହୋଇ ସାରିଛି ଓ ମଣ୍ଡିରେ ଧାନ ବିକ୍ରି ନହୋଇ ପଡିରହି ଥିବା ବେଳେ ନୂତନ ଭାବରେ ଟୋକନ ପାଇଥିବା ଚାଷିଙ୍କ ଧାନ ଆସି ମଣ୍ଡିରେ ପଡୁଛି । ସମବାୟ ସମିତି ଡୁଆଝର ସୂତ୍ରରୁ ପ୍ରକାଶ ଯେ ବର୍ତମାନ ମଣ୍ଡିରେ ଟୋକନ ପାଇଥିବା ୩୬ ଜଣ ଚାଷିଙ୍କ ୪୨୯୬ ବସ୍ତା ଧାନ ବିକ୍ରି ନହୋଇ ଦୀର୍ଘଦିନ ଧରି ପଡି ରହିଛି ଓ ଗତ ଫେବ୍ରୁଆରୀ ୯ ଠରୁ ୧୩ ତାରିଖ ପର୍ଯ୍ୟନ୍ତ ଟୋକନ ପାଇଥିବା ଚାଷିଙ୍କ ଟୋକନ ମଧ୍ୟ ଲେସ୍ପ ହୋଇ ସାରିଛି । ଏଠାରେ ସମସ୍ୟା ହେଉଛି ମିଲର୍ଷ ମଧ୍ୟ ଠିକ ସମୟରେ ଧାନ ଉଥାଉ ନଥିବା ବେଳେ ଏହି ମଣ୍ଡିରେ ଦୌନିକ ୪ ସହ ରୁ ୫ ସହ କ୍ୱିଣ୍ଟାଳ ଧାନ ବିକ୍ରି ପାଇଁ ଟୋକନ ମିଳୁଛି । ଫଳରେ ଟୋକନ ଲେସ୍ପ ହେଉଥିବାରୁ ଚାଷୀ ମାନଙ୍କ ଧାନ ରହି ଯାଉଛି । ଦୌନିକ ଡୁଆଝର ମଣ୍ଡିକୁ ୧୫ ସହ କ୍ୱିଣ୍ଟାଳ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି । ଖୋଲା ଆକାଶ ତଳେ ଚାଷିଙ୍କ ଧାନ ପଡି ରହିଥିବାରୁ ଚାଷୀ ମେଘୁଆ ପାଗ ଦେଖିବା ପରେ ଚିନ୍ତା ଦ୍ବିଗୁଣିତ ହେଉଥିବା ବେଳେ ଡୁଆଝାର ସମବାୟ ସମିତି ପାର୍ଶ୍ୱରେ ଥିବା ରାସ୍ତାର ଉଭୟ ପାର୍ଶ୍ୱରେ ସହ ସହ ବସ୍ତା ଧାନ ପଡି ରହିଥିବାରୁ ସମସ୍ୟା ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଚାଷିଙ୍କ ଧାନ ଉଠାଇବା ସହିତ ଟୋକନ ଲେସ୍ପ ହୋଇଥିବା ଚାଷୀଙ୍କୁ ନୂତନ ଟୋକେନ ଦେଇ ସେମାନଙ୍କ ଧାନ ଉଠାଇବା ସହିତ ଦୌନିକ ୧୫ ସହ କ୍ୱିଣ୍ଟାଳ ଧାନ ଉଠାଇବାକୁ ଦାବି କରିଛନ୍ତି । ଯଦି ପ୍ରଶାସନ ତୁରନ୍ତ ମଣ୍ଡିରୁ ନାଉଠାଏ ତେବେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ