ଢେଙ୍କାନାଳ -: ଗତ ୩୦ ତାରିଖ ବୁଧବାର ଦିନ ସମୟ ପ୍ରାୟ ୧ଟା ବେଳେ କୁଲାଡ ଗ୍ରାମ ଦୁଇ ଯୁବକ ଟାଟା ଷ୍ଟିଲ ମେରା ମଣ୍ଡଳୀ ଷ୍ଟିଲ କାରଖାନା ଭିତରେ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି ।ଏଠାରେ ସୂଚନା ଯୋଗ୍ୟ ଯେ ବି ସିଫ୍ଟ ରେ କାମ କରିବାକୁ ଲିଙ୍କୁ ନାୟକ ଓ ପରେଶ ବେହେରା ନାମକ ଦୁଇ ଯୁବକ ବାଇକ୍ ରେ ବସି କାମ କୁ ଯାଉଥିଲା ବେଳେ ପଛ ପଟରୁ ଏକ ଟ୍ୟାଙ୍କର ଧକ୍କା ଦେଇ ଥିଲା । ଫଳ ରେ ଜଣଙ୍କର ମୃତ୍ୟୁ ଘଟି ଥିଲା ଓ ଅନ୍ୟ ଜଣେ ଡାକ୍ତର ଖାନା ରେ ମୃତ୍ୟୁ ବରଣ କରିଥିଲେ ।ଫଳରେ ଦୀର୍ଘ ୭ ଘଣ୍ଟା ଧରି ମୁଖ୍ୟ ଫାଟକ ଆଗରେ ସ୍ଥାନୀୟ ଲୋକେ ଧର୍ମ ଘଟ କରିଥିଲେ ।ପରେ ପୋଲିସ୍ ଓ କମ୍ପାନୀ କତୃପକ୍ଷ ଙ୍କ ବୁଝାମଣା ଦ୍ଵାରା ଧର୍ମ ଘଟ ରୁ ଉତ୍ୟକ୍ତ ଲୋକେ ବିରତି ହୋଇଥିଲେ । ଅକ୍ଷୟ ନାୟକ ଙ୍କ ରିପୋର୍ଟ
previous post
next post