ବାଲେଶ୍ୱର,୨୧/୧୨/୨୨- ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ କଷବା ଜୟପୁର ପଞ୍ଚାୟତର ଜୀରତାଳ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତା ସକୁନ୍ତଳା ହାଇସ୍କୁଲ ଜୀରତାଳ ଓ ପଞ୍ଚାୟତ ହାଇସ୍କୁଲ କଷବା ଜୟପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଦୌଡ଼, ଲମ୍ବ ଡିଆଁ, କ୍ରିକେଟ ଭଳି ଅନ୍ୟାନ ଖେଳ ଖେଳି ପ୍ରତିଯୋଗୀ ମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର ଥିଲେ । ସରପଞ୍ଚ ବିଦ୍ୟାଧର ରାଉତ ସୂଚାରୁ ରୂପେ ଖେଳ ପରିଚାଳନା କରିବା ସହିତ ଆଗାମୀ ଦିନରେ କିପରି କ୍ରୀଡାରେ ମନନିବେଶ କରି ବିଦ୍ୟାଳୟ ସହିତ ସମ୍ପୃକ୍ତ ଅଞ୍ଚଳର ନାମକୁ ବଜାୟ ରଖିବେ ତାହା ଅନୁଷ୍ଠିତ ସଭାରେ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟ କମ୍ଭୁନାଥ ମଲିକ, ପିଓ ଅହଲ୍ୟା ସେଠୀ, ସିଆରସିସି ତପସ୍ବିନୀ ରାଉତ ଏବଂ ଉଭୟ ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ