ରାଉରକେଲା /ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ବସ୍ତି ସାହିତ୍ୟ ସଂସଦ ତାର ମାସିକ ସାହିତ୍ୟ ସଂନ୍ଧ୍ୟା କାର୍ଯ୍ୟକ୍ରମ କୁ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିଲା । ସଭାରେ ପ୍ରାକ୍ ଭାଷଣ ରଖିଥିଲେ ରାଜକୁମାର ମହାନ୍ତି ।ସମ୍ପାଦକ ରାଜୀଵ ପାଣି କଵି ମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟସୂଚୀ ସଂପର୍କରେ ଵିଷଦ ବିବରଣୀ ପ୍ରଦାନ କରିଥିଲେ। ସାହିତ୍ୟ ସମ୍ପାଦିକା ଅଙ୍ଗୁରଵାଳା ପରିଡ଼ା ତାଙ୍କର ସୁସଂଯୋଜନା ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମକୁ ଶେଷଯାଏ ଆଗେଇ ନେଇଥିଲେ।ଏହି ଆଭାସୀ କାର୍ଯ୍ୟକ୍ରମ ରେ ଓଡ଼ିଶାର ଵରେଣ୍ୟ ଦଶଜଣ କଵି ଡା. କୃପାସିନ୍ଧୁ ନାୟକ, ଡ଼.ଅପର୍ଣ୍ଣା ମହାନ୍ତି, ସୌଭାଗ୍ୟବନ୍ତ ମହାରଣା, ସୁରେଶ କୁମାର ନାୟକ, ଡା.ଅମୀୟ ରଞ୍ଜନ ମହାପାତ୍ର, ରାଜକିଶୋର ଦାସ,ସ୍ବପ୍ନା ମିଶ୍ର, ଶର୍ମିଷ୍ଠା ସାହୁ, ଦେବବ୍ରତ ଦାସ ଓ ଦେବବ୍ରତ ଜେନା ପ୍ରମୁଖ ତାଙ୍କର କଵିତା ପାଠ କରିଥିଲେ। ପଦ୍ମଶ୍ରୀ ଵାଵା ବଳିଆଙ୍କ “ଆଧ୍ୟାତ୍ମିକ ଦର୍ଶନ ରେ ସାମାଜିକ ଅନ୍ତଃସ୍ବର”ଶୀର୍ଷକରେ ମହାନ୍ ଵାଗ୍ମୀ ପୁରୁଷ ଓ ବାବା ବଳିଆଙ୍କ ଶିଷ୍ୟ ତଥା ଆନ୍ତର୍ଜାତୀୟ ଗୀତା ମିଶନର ଅଧ୍ୟକ୍ଷ ସ୍ଵାମୀ ଚିଦାନନ୍ଦ ଵାଵା ବଳିଆଙ୍କର ମାନଵବାଦୀ ଚେତନଧର୍ମୀ ଜୀଵନଶୈଳୀ ହିଁ ତାଙ୍କ ଆଧ୍ୟାତ୍ମ ଦର୍ଶନର ମୂଳ ମନ୍ତ୍ର ବୋଲି ଦର୍ଶାଇ ବାକୁ ଯାଇ ଉଦାହରଣ ଛଳରେ ଵାଵାଙ୍କ ସହ ପ୍ରତ୍ୟକ୍ଷ ଅନୁଭୂତି ର ଵହୁ ମୂଲ୍ୟବାନ କଥା ସବୁ ବଖାଣିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ସ୍ବସ୍ତି ର ଉପ ସଭାପତି ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ତାଙ୍କର ଶ୍ରୋତ୍ରୀୟ ଅଭିବ୍ୟକ୍ତି ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଭାଷୀ ସଭାରେ ଵହୁଳସଂଖ୍ୟକ ସାହିତ୍ୟ ପ୍ରେମୀ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । (କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ)