ରାଉରକେଲା/ (କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ) ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅତନୁ ଭୌମିକ। ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ଏହି ନିଯୁକ୍ତିକୁ ସ୍ବାଗତ କରିବା ସହ ଆନନ୍ଦ ପ୍ରକାଶ କରିଛି। ଶ୍ରୀ ଭୌମିକଙ୍କ କାର୍ଯ୍ୟକାଳ ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଥିବାରୁ ସେ ଏଠାରେ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଏ ନେଇ ପାଠାଗାର ର ସଭାପତି ଇଂ ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଏକ ବିବୃତ୍ତିରେ ଜଣାଇଛନ୍ତି ଯେ ଶ୍ରୀ ଭୌମିକ ରାଉରକେଲା ଇସ୍ପାତ ସହରାଞ୍ଚଳରେ ଜନ୍ମ ଗ୍ରହଣ କରିଛନ୍ତି। ରାଉରକେଲା ଏନଆଇଟି ରୁ ବୈଷୟିକ ଡିଗ୍ରୀ ପାଇ ବୃତ୍ତିଗତ ଜୀବନ ଆରଏସପି ରୁ ଆରମ୍ଭ କରିଛନ୍ତି। ଏଣୁ ରାଉରକେଲା ଇସ୍ପାତ କାରଖାନା, ସହରାଞ୍ଚଳ, ଶିକ୍ଷା, ସ୍ବାସ୍ଥ୍ୟ, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ସେ ଅବଗତ ଅଛନ୍ତି। ଯେହେତୁ ସେ ଜଣେ ସାହିତ୍ୟ ସଂସ୍କୃତି ପ୍ରେମୀ ତେଣୁ ତାଙ୍କ କାର୍ଯ୍ୟକାଳ ସମୟରେ ସହରର ବହୁବିଧ ଉନ୍ନତି ହେବାସହ ସାହିତ୍ୟିକ ସାଂସ୍କୃତିକ ସଂଗଠନ ଗୁଡିକ ଉପକୃତ ହୋଇପାରିବେ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନେ ଆଶା ପ୍ରକାଶ କରିଛନ୍ତି।
previous post