ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ହେଉଛି ଜିଲ୍ଲା ର ଏକ ପ୍ରମୁଖ ବାଣିଜ୍ୟ ସହର। ଏହି ଖଡ଼ିଆଳ ସହର ହେଉଛି ଜିଲ୍ଲା ର କେନ୍ଦ୍ରବିନ୍ଦୁ ଅଟେ ।ଏହି ସହର ଦେଇ ଜିଲ୍ଲା କୁ ଯିବାକୁ ହେଲେ ସିନାପାଲି ରୁ ୨୭ କିଲୋମିଟର ଖଡ଼ିଆଳ , ବୋଡ଼େନ ରୁ ୨୫ କିଲୋମିଟର ଖଡ଼ିଆଳ ଏବଂ ଖଡ଼ିଆଳ ରୁ ନୂଆପଡ଼ା ଯିବାକୁ ହେଲେ ୬୫ କିଲୋମିଟର ହେଲେ ସିନାପାଲି ଏବଂ ବୋଡ଼େନ ର ଲୋକେ ଯାତାୟାତ ପାଇଁ ଏହି ଖଡ଼ିଆଳ ସହର ହେଇ ଜିଲ୍ଲା କୁ ଯିବା କୁ ପଡ଼ିଥାଏ । ହେଲେ ଖଡ଼ିଆଳ ସହର ଟି ଜିଲ୍ଲା ର କେନ୍ଦ୍ର ବିନ୍ଦୁ ହୋଇ ଥିବା ବେଳେ ଖଡ଼ିଆଳ ସହରରେ ଏ ଯାଏଁ ତିଆରି ହୋଇ ପାରି ନାହିଁ ଏକ ସ୍ଥାୟୀ ବାସ ଷ୍ଟାଣ୍ଡ। ଯାହା ଫଳରେ ଖଡ଼ିଆଳ ସହର କୁ ନିର୍ଭର କରୁଥିବା ଆଖ ପାଖ ଅଞ୍ଚଳ ତଥା ବୋଡ଼େନ ,ସିନାପାଲି , ବଲାଙ୍ଗୀର , କଳାହାଣ୍ଡି ର ଶତାଧିକ ଲୋକେ ଖଡ଼ିଆଳ ସହର କୁ ବାଣିଜ୍ୟ ବ୍ୟାପାର ଉପରେ ନିର୍ଭର କରିଥାନ୍ତି । ହେଲେ ଖଡ଼ିଆଳ ସହର କୁ ଏଯାଏଁ ଏକ ସ୍ଥାୟୀ ବସ ଷ୍ଟାଣ୍ଡ ନିର୍ମାଣ ହୋଇ ପାରି ନାହିଁ। ଯାହାଫଳରେ ଖଡ଼ିଆଳ ବାସି ତଥା ଆଖ ପାଖ ପଞ୍ଚାୟତ ର ଲୋକେ ନାହିଁ ନ ଥିବା ର ଅସୁବିଧା ଭୋଗି ବାକୁ ପଡୁଛି। ସୂଚନା ଥାଉକୁ ଖଡ଼ିଆଳ ସହର ରେ ପ୍ରଥମେ ଖଡ଼ିଆଳ ରାଜା ସାହେବଙ୍କ ଘର ସମ୍ମୁଖରେ ଏକ ବସଷ୍ଟାଣ୍ଡ କରି କାର୍ଯ୍ୟ ଚଳାଉଥିବା ବେଳେ ପୋଲିସ ଷ୍ଟାଣ୍ଡ ସମ୍ମୁଖରେ ରଖୁବାର ବ୍ୟବସ୍ଥା କଲେ । ହେଲେ ପୁଣି କିଛି ବର୍ଷ ପରେ ତତ୍କାଳୀନ ଜିଲ୍ଲାପାଳ ସରୋଜ ଝା ଏହାକୁ ଅନ୍ୟତ୍ ସ୍ଥାନାନ୍ତର କରି ଖଡ଼ିଆଳ ରାଜା ଆଉଁ ତ୍ରଣ ବିଦ୍ୟାଳୟର ଖେଳ ପଡିଆକୁ ଅସ୍ଥାୟୀ ଭାବେ ବସଷ୍ଟାଣ୍ଡ ନିର୍ମାଣ କଲେ। ପରେ ଏହାର ପାଞ୍ଚ ରୁ ଛ ବର୍ଷ ପରେ ତତ୍କାଳୀନ ଜିଲ୍ଲା ପାଲ ଜୟ କୁମାର ଭି ୨୦୧୪ ରେ ଏହାକୁ ଖଡ଼ିଆଳ କଲ୍ୟାଣ ମଣ୍ଡପ ୧ ଠାରେ ଥିବା ଏକ ପଡିଆ କୁ ଅସ୍ଥାୟୀ ବସଷ୍ଟାଣ୍ଡ ରୂପେ ରଖାଗଲା। ହେଲେ ଏଯାଏଁ ଖଡ଼ିଆଳ ରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ର ନିର୍ମାଣ ହୋଇପାରୁ ନାହିଁ ଯାହାଫଳରେ ବର୍ତ୍ତମାନ ର ବସଷ୍ଟାଣ୍ଡ ଟି ଏବେବି ଅବହେଳିତ ହୋଇ ରହି ଯାଇଛି। ଏଥୁରେ ବର୍ତମାନ ଯାଏଁ ଏହି ବସଷ୍ଟାଣ୍ଡ ଯାତ୍ରୀ ମାନଙ୍କ ପାଇଁ ବିଶ୍ରାମ ଗୃହ,ପରିଶ୍ରାଗାର, ପାନୀୟଜଳ, ଆଲୋକ ବ୍ୟବସ୍ଥା, ରାସ୍ତାଘାଟ, ପରିମଳ ବ୍ୟବସ୍ଥା, କେବିନ୍ ଗୃହ,ନିର୍ମାଣ ହୋଇ ପାରିନାହିଁ । ଯାହା ଫଳରେ ଖଡ଼ିଆଳ ସହର କୁ ଆସୁଥିବା ଅନେକ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।ଏପରି କି ଆଲୋକ ବ୍ୟବସ୍ଥା ହୋଇ ପାରୁ ନଥିବାରୁ ଏହି ବସ ଷ୍ଟାଣ୍ଡ ରେ ଥିବା ୪୦ ରୁ ଉର୍ଦ୍ଧ୍ବ ଦୋକାନୀ ବିନା ଆଲୁଅ ରେ ଦୋକାନ ଖୋଲି ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଦୋକାନୀ ମାନେ ସମସ୍ତେ ଆଲୋକ ଯୋଗାଇବା ପାଇଁ ବାରମ୍ବାର ବିଦ୍ୟୁତ୍ ବିଭାଗ କୁ ଯାଇ ଆବେଦନ କରିଛନ୍ତି ହେଲେ । ନିୟମ ଅନୁଯାୟୀ ବିଦ୍ୟୁତ୍ ବିଭାଗ ସ୍ଥାନ ର ପଟ୍ଟା ମାଙ୍ଗିବାରୁ କେହି ବି ଦୋକାନୀ ଦେଇ ପାରିନାହିଁ କାରଣ ଏହି ବସଷ୍ଟାଣ୍ଡ ଟି ସରକାରୀ ଜାଗାରେ ନିର୍ମାଣ ହୋଇଛି ତେଣୁ କିପରି ସେମାନେ ସ୍ଥାନ ର ପଟ୍ଟା ଦେଇ ପାରିବେ ଏବଂ ବିଦ୍ୟୁତ୍ ସଂଯୋଗ ପାଇ ପାରିବେ ସେ ନେଇ ଦୋକାନୀ ଚୈତନ୍ୟ ମେହେର, ସୁରେଶ ଭୋଇ, ପଦ୍ମଲୋଚନ ପଟେଲ, ତୁଲାରାମ ମେହେର, ଅନିଲ କୁମାର ସାହୁ,ଅଶୋକ ଯୋଶୀ, ଅସ ପତା ଲୁ ପୋଢ଼,ପଞ୍ଚାନନ ଠେଲା, ଅର୍ଜୁନ ମେହେର, ସଞ୍ଜୟ ମେହେର, ଭଗବାନ ମେହେର, ନାଜିର ଖାଁ, ଅଜୟ ସତନାମି, କୁନା ବଞ୍ଜାରେ, ସୁରେଶ ବାରିକ, ଚନ୍ଦ୍ର ମେହେର, ଶତ୍ରୁଘ୍ନ ବେହେରା, ଗୁଣ ଧର ମେହେର ପ୍ରମୁଖ ଦୋକାନୀ ଦାବି କରିଛନ୍ତି। ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ।