ଜୁନାଗଡ -: ୮/୩ଜୁନାଗଡ଼ ବ୍ଲକ ର ବିଭିନ୍ନ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ , ସେବାଜଗତ, ଅନ୍ତଦୋୟ ଏବଂ ଇଉନିସେଫର ମିଳିତ ସହଯୋଗରେ ସ୍ଥାନୀୟ ହୋଟେଲ ଓରଓନ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷ୍ୟାବିତ ଅଜୟ ମିଶ୍ର, ଅଶୋକ ପାତ୍ର, ସନ୍ତୋଷ ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।କଳାହାଣ୍ଡିରେ ସାକ୍ଷରତା ହାର ଅତି କମ ଏବଂ ଅନେକ ଲୋକେ ବସ୍ତି ଏବଂ ଗ୍ରାମାଞ୍ଚଳରେ ବସବାସ କରୁଥିବାରୁ ଏଥି ନେଇ ସମସ୍ତେ ସଚେତନ ହେବା ସହ ସ୍ବେଚ୍ଛାସେବୀ କାର୍ଯ୍ୟକରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ତଦୟ ଅଧ୍ୟକ୍ଷ ଦିଲୀପ ଦାସ,ସେବାଜଗତ ସମ୍ପାଦକ ସତ୍ୟ ପଟନାଏକ,ପୂର୍ବତନ ସିଡବ୍ଲୁସି ଅଧ୍ୟକ୍ଷ ଅଜୟ ମିଶ୍ର,ସଭ୍ୟ ସୁଧାଂଶୁ ନନ୍ଦ ,ବିଡ଼ିଓ ଦୁଲରାମ ମାରାଣ୍ଡି,ଧର୍ମାଦୀପ କୈଳାସ ପାଣିଗ୍ରାହୀ,ଶିକ୍ଷ୍ୟ।ବି ତ ରାଧେଶ୍ୟାମ ପଣ୍ଡା,ସ୍ୱାସ୍ଥ ଅଧିକାରୀ ଭଗବାନ ପଣ୍ଡା,ସାମ୍ବାଦିକ ସନ୍ତୋଷ ସିଂହଦେଓ,ପୋଲିସ ସବ ଇନ୍ସପେକ୍ତର ସୋନୁ ଖାଲଖୋ ,ସ୍ବେଚ୍ଛାସେବୀ ପିତାମ୍ବର ରଣା ,ନିରଞ୍ଜନ ଦଣ୍ଡସେନା,ରଞ୍ଜିତ ସାହୁ,ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ କର୍ତ୍ତବ୍ୟ ର ଅଶୋକ ପଟ୍ଟନାୟକ ପରିଚାଳନା କରିଥିଲେ। ସେହିପରି ଜୁନାଗଡ଼ ବିଜେଡି ମହିଳା ସଂଘ ପକ୍ଷରୁ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। ଏଥିରେ ପୂର୍ବତନ ନଗରପାଳ ବିଜୟଲଷ୍ମୀ କନ୍ଦପାନ, ମନୀଷା ସାହୁ, ମନୋରମା ମଲ୍ଲିକ, ପୂର୍ବତନ ନଗରପାଳ ମହେଶ ସାହୁ ଉପସ୍ଥିତ ରହି ଏହି ଦିବସର ମହତ୍ଵ ଉପରେ ଆଲୋକପାତ କରିଥିଲେ।ମୁଣ୍ଡରା ଗୁଡା ସ୍ଥାନୀୟମହିଳା ସଂଘ ଓ ପ୍ରଫେସର ଭୁବନେଶ୍ୱର ବେହେରା ଇଉଥ ଅର୍ଗାନୈଇଜେସନ ତରଫରୁ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ନରେନ୍ଦ୍ର କ୍ଷୀତୀ ଙ୍କ ରିପୋର୍ଟ