ମୋହନଗରୀ: ୨୦/୩-ମ.ନି.ସ:- ବଲାଙ୍ଗୀର, କଳାହାଣ୍ଡି କନ୍ଧମାଳ, ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ଥିବା ଇଷ୍ଟ ଦେବୀ ସିକେର ପାଟ ମନ୍ଦିର ପ୍ରାଙ୍ଗଣରେ ଇଚ୍ଛାମୟ ମଠ ତଥା ଗମ୍ଭାରୀ ଗୁଡା ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ନିକଟରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତୁତି କାର୍ଯ୍ଯ ଚାଲିଛି।
ଏହି ମଠରେ ରହୁଥିବା ବାବା ଗୋବିନ୍ଦ ଦାସଜୀ ଏହା ପୂର୍ବରୁ ୯ ଗୋଟି ନାମ ଯଜ୍ଞ ଓ ଧର୍ମ ପ୍ରାୟାଣ କାର୍ଯ୍ୟ ସାରିଛନ୍ତି। ଆସନ୍ତା ୧୪/୪/୨୦୨୨ ଠାରୁ ୧୬/୪/୨୦୨୨ ପର୍ଯ୍ୟନ୍ତ ଅଷ୍ଟପ୍ରହରୀ ନାମଯଜ୍ଞ ପୂର୍ଣ୍ଣାହୁତୀ ହେବାପରେ ବିଶିଷ୍ଟ ବୈଠକ ସଂର୍କିତ୍ତନ ଅନୁଷ୍ଠିତ ହେବା କାର୍ଯ୍ଯକ୍ରମ ରଖାଯାଇଛି। ଏହି ଯଜ୍ଞରେ କର୍ତ୍ତା ଦାୟିତ୍ୱ ଆର୍ତ୍ତତ୍ରାଣ ଭୋଇ ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ଭିତ ଭୋଇ ଦାୟିତ୍ୱ ତୋଳାଇବେ ନିଷ୍ପତ୍ତି ନିଆଯାଇଛି। ଗମ୍ଭାରୀ ଗୁଡା ଗ୍ରାମପଞ୍ଚାୟତ ବାସୀ ସମସ୍ତ ସହଯୋଗ କରିବା ପାଇଁ ବ୍ଯବସ୍ତା କରାଯାଇଛି।
ମୋହନଗରୀ ରୁ ସୁବାଷ ଚନ୍ଦ୍ର ମନହିରାଙ୍କ ରିପୋର୍ଟ