ସ୍ବଚ୍ଛତା ହିଁ ସେବା ଅଭିଯାନ ଶ୍ରମ ଦାନ ଦିବସ ଅନୁଷ୍ଠିତ
ବାଲେଶ୍ଵର,୦୧/୧୦/୨୩- ୨୦୨୩ ମସିହା ଅକ୍ଟୋବର ୧ ତାରିଖ ଦିନ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପଞ୍ଚାୟତ ଓ ଗ୍ରାମରେ ୧ ଘଣ୍ଟା ଧରି ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଦିବସ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସେହି ପରିପ୍ରେକ୍ଷୀରେ ଆଜି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଢିଆ ଅନ୍ତର୍ଗତ ଡାଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡାଲଙ୍ଗ ଗ୍ରାମରେ ସ୍ବଚ୍ଛତା ହିଁ ସେବା ଅଭିଯାନ ଶ୍ରମ ଦାନ ଦିବସ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା । ପରିଷ୍କାର ପରିଚ୍ଛନ୍ନ ପରିବେଶ ସଫା ରଖିବା ନେଇ ପ୍ରଥମେ ପଞ୍ଚାୟତରେ ଶପଥ ନେବା ସହ ପଞ୍ଚାୟତର ପରିଷ୍କାର ପରିଚ୍ଛନ୍ନ କରିବା ସହ ସାଉଣ୍ଡୁ ଲଗାଇ ପଞ୍ଚାୟତ ଠାରୁ ଗ୍ରାମ ପରିକ୍ରମା କରି ଚଣ୍ଡୀ ମନ୍ଦିର ସାମ୍ନାରେ ପରିଷ୍କାର, ପରିଚ୍ଛନ୍ନ ଓ ପରିବେଶ ସଫା ରଖିବା ନିଜେ ସଚେତନ ହେବା ସହ ଗ୍ରାମରେ ଗ୍ରାମବାସୀ ମାନଙ୍କୁ ସାଉଣ୍ଡୁ ମାଧ୍ୟମରେ ଅଳିଆ ଆବର୍ଜ୍ଜନା ସବୁ ବାହାରେ ନ ପଖାଇ ଡଷ୍ଟବିନ୍ ପକାଇବା, ବାହିରେ ଜାଗାରେ ମଳତ୍ୟାଗ ନକରି ପାଇଖାନା କୁ ଯିବା ସବୁ ଜାଗାରେ ପରିବେଶ ସଫା ରଖିବା ନେଇ ଭାଷଣ ମାଧ୍ୟମରେ ସଚେତନତା କରାଯାଇଥିଲା ।
ଏଇ ସ୍ଵଛ ଭାରତ ମିଶନ ରେ ଖଇରାଡି ସ୍କୁଲ ର ପ୍ରଧାନ ଶିକ୍ଷକ ବିରଞ୍ଜନ ଜେନା, ଜଳଦା ଡାଲଙ୍ଗ ଉଚ୍ଚ ବିଦ୍ୟା ପୀଠ ଖଣିଆ ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ନାୟକ, ପୂର୍ବତନ ସମିତି ସଭ୍ୟ ମନୋଜ ଦାସ, ପଞ୍ଚାୟତ ର ପିଓ ବିରେଦ୍ର ଜେନା, ଏମ୍ବିକେ ଯାଜ୍ଞସେନୀ ମଙ୍ଗଳ, ସମିତି ସଭ୍ୟାଙ୍କ ସ୍ବାମୀ ଦିନବନ୍ଧୁ ମାହାଣା, ସମିତି ସଭ୍ୟା ସୂର୍ଯ୍ୟ ମଣି ମହାପାତ୍ର, ନ୍ୟାୟ ସରପଞ୍ଚ ମମତା ପୃଷ୍ଟି, ପଞ୍ଚାୟତ ର ଜିଆରଏସ୍ କ୍ଷିରୋଦ କୁମାର ଜେନା, ଏସେସିଂ ଗ୍ରୁପ୍ ର ମହିଳା, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ପଞ୍ଚାୟତର କର୍ମୀ, ଏବଂ ଗ୍ରାମ ବାସୀ ମାନେ ଯୋଗ ଦେଇ ସ୍ଵଚ୍ଛ ଭାରତ ମିଶନ ଶ୍ରମ ଦାନ ଦିବସ ସୂଚାରୁ ରୁପେ ପାଳନ କରାଯାଇ ଥିବା ଦେଖିବାକୁ ମିଳିଛି ।।