“ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ପାଳନ
କରୁଣାଶାନ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଆଜି “ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ଗୋବିନ୍ଦ ନଗର ଗ୍ରାମର ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣ ସାହୁ ଏବଂ ରାଧାମୋହନପୁର ଗ୍ରାମର ୱାର୍ଡ ମେମ୍ବର ଶ୍ରୀଯୁକ୍ତ ମୁନା ସାହୁ ଯୋଗଦେଇଥିଲେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଝିଙ୍କିପଦର ଗ୍ରାମ ଏବଂ ରାଧାମୋହନ ପୁର ଗ୍ରାମ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ର ପାରଦର୍ଶିତା ଦେଖାଇଥିଲେ ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ସାମନ୍ତ ଚନ୍ଦ୍ର ନାୟକ, ଖେଳ ଶିକ୍ଷକ ସାଇ ଯୋଗଜନ୍ମା ପତି, ଲଳିତ ସିଂହ ଓ ଶିକ୍ଷୟତ୍ରୀ ଉଷା ନାୟକ ସୁଚାର ରୂପେ ପରିଚାଳନା କରିଥିଲେ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ସମ୍ପୂର୍ଣ ରୂପେ ସହଯୋଗ କରି କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ |