” ଆମ ଓଡ଼ିଶା, ନବୀନ ଓଡିଶା’ କାର୍ଯ୍ୟକ୍ରମକୁ ବର୍ଜନ କଲେ ଯାମଦା ବ୍ଳକ ସରପଞ୍ଚ ସଂଘ
ମୟୂରଭଞ୍ଜ -୪/୧୧ ( ମସିହା) ବିଶ୍ବ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଥିଲା ଗାଁ ର ଉନ୍ନତି ଦେଶର ଉନ୍ନତି ।ଗାଁ ଆଲୋକିତ ହେଲେ ଦୁନିଆଁ ଆଲୋକିତ ହେବ । ଗଣତନ୍ତ୍ର ର ମୂଳଦୁଆ ହେଉଛି ପଞ୍ଚାୟତ ରାଜ ବ୍ୟବସ୍ଥା ସଶକ୍ତିକରଣ । ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସରପଞ୍ଚ ହେଉଛନ୍ତି ମୁଖିଆ ।ପଞ୍ଚାୟତର ଜନତାଙ୍କ ସହିତ ସେମାନଙ୍କର ଦୈନନ୍ଦିନ ସମ୍ପର୍କ ସେମାନଙ୍କ ସମସ୍ୟା ପ୍ରତ୍ୟକ୍ଷ ଭାବେ ସମାଧାନ କରୁଛନ୍ତି ସରପଞ୍ଚ । ପଞ୍ଚାୟତ ବ୍ୟବସ୍ଥାର ପଲ୍ଲୀସଭା ହେଉଛି ମୂଳ ଉଦ୍ଦେଶ୍ୟ । ଗ୍ରାମବାସୀମାନେ ପଲ୍ଲୀ ସଭା ମାଧ୍ୟମରେ ନିଜ ଅଂଚଳର ବିକାଶ କରିଥାନ୍ତି । କିନ୍ତୁ ଆଜି ସରପଞ୍ଚ ମାନେ ସରକାରଙ୍କ ସାବତ ପୁଅ ପାଲଟିଛନ୍ତି । ସେମାନଙ୍କୁ ଅଣଦେଖା କରୁଛନ୍ତି ।ଏହାକୁ ନେଇ ରାଜ୍ୟ ସରପଞ୍ଚ ସଂଘ ତରଫରୁ ସେମାନଙ୍କ ୧୫ ଦଫା ଦାବି ନେଇ ରାଜଧାନୀରେ ଦୀର୍ଘ ୨୨ ଦିନଧରି ଧାରଣା ରଥ ଥିଲେ । ସେମାନଙ୍କୁ ଦାବି ପ୍ରତି ସ୍ଥାୟୀ ସମାଧାନ କରା ନ ଯାଇ ୧ ମାସ ପାଇଁ ସମୟ ନେଇଥିଲେ । କିନ୍ତୁ ପ୍ରତିଶ୍ରୁତି ପାଣିରେ ଗାର ହୋଇ ରହିଛି ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନାହାନ୍ତି । ପ୍ରତିଶ୍ରୁତି ପ୍ରତିବଦଳରେ ସରକାର ‘ ମୋ ଓଡ଼ିଶା ,ନବୀନ ଓଡିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ।ଆଗାମୀ ୪ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଜାମଦାରେ ଶୁଭାରମ୍ଭ ହେଉଥିବାରୁ ତାହାକୁ ଆଜି ଯାମଦା ବ୍ଳକର ସରପଞ୍ଚ ସଂଘ ତରଫରୁ ବର୍ଜନ କରାଯାଇଥିଲା । ସେମାନଙ୍କର ଦାବି ଥିଲା ବିନା ପଲ୍ଲୀ ସଭାରେ ଏଵଂ ବିନା ସରପଞ୍ଚଙ୍କ ଅଜାଣତରେ କେମିତି ୫୦ ଲକ୍ଷ ଟଙ୍କାର କାମ ମଂଜୁର କରାଯାଇଛି । ଜନପ୍ରତିନିଧି ମାନଙ୍କୁ କ୍ଷମତା ଦୂରେଇ ରଖିବା ପାଇଁ ଏହା ସରକାରଙ୍କ ଷଡ଼ଯନ୍ତ୍ର ନୁହେଁ ତ! ସରପଞ୍ଚଙ୍କ କ୍ଷମତାକୁ ଯୋଜନାବଦ୍ଧ ଭାବେ ସଂଙ୍କୁଚିତ କରିବା ସରକାର ଯେପରି ପଦକ୍ଷେପ ନେଇଛନ୍ତି ତାହା ସରକାରଙ୍କ ଉଚିତ ପଦକ୍ଷେପ ନୁହେଁ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ