ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସି ପି ଆଇ ଏମ୍ ପକ୍ଷରୁ ମହାନ୍ ନଭେମ୍ବର ବିପ୍ଳବର ସ୍ମାରକୀ ଦିବସ ପାଳିତ

ସି ପି ଆଇ ଏମ୍ ପକ୍ଷରୁ ମହାନ୍ ନଭେମ୍ବର ବିପ୍ଳବର ସ୍ମାରକୀ ଦିବସ ପାଳିତ

ରାଉରକେଲା / ସି ପି ଆଇ ଏମ୍ , ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆଜି ମହାନ୍ ନଭେମ୍ବର ବିପ୍ଳବ ର ୧୦୭ ତମ ସ୍ମାରକୀ ଦିବସ ପାର୍ଟି ର ଜିଲ୍ଲା କାର୍ଯ୍ୟାଳୟ ଶକ୍ତିନଗର ସ୍ଥିତ ଏ କେ ଜି ଭବନ ଠାରେ ପାଳିତ ହୋଇଯାଇଛି। ପାର୍ଟିର ଜିଲ୍ଲା ସଂପାଦକ ପ୍ରମୋଦ ସାମଲ ଏହି ଦିବସରେ ଶ୍ରମିକ ଶ୍ରେଣୀର ଲାଲ୍ ପତାକା ଉତ୍ତୋଳନ କରିଥିଲେ। ପରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମାରକୀ ସଭା ରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା ମହାନ୍ ନଭେମ୍ବର ବିପ୍ଳବ ର ସୃତି ଚାରଣ କରି କହିଥିଲେ ଯେ 

ଗ୍ରେଗୋରିଆନ କାଲେଣ୍ଡର ଅନୁସାରେ ୭ ନଭେମ୍ବର ଦିନ ସମଗ୍ର ବିଶ୍ବ ବ୍ୟାପି ମହାନ୍ ନଭେମ୍ବର ବିପ୍ଳବ ଦିବସ ପାଳନ କରିଆସୁଛନ୍ତି। ୧୯୧୭ ମସିହାରେ ଅର୍ଥାତ୍ ଆଜିକୁ ୧୦୬ ବର୍ଷ ତଳେ ଋଷ୍ ଦେଶରେ ଆଜି ଦିନରେ ଜାର୍ ଶାସନକୁ କ୍ଷମତାଚ୍ୟୁତ କରି ଶ୍ରମିକ ଶ୍ରେଣୀ ରାଷ୍ଟ୍ର କ୍ଷମତା ଦଖଲ କରିଥିଲା। ସେତେବେଳେ ଋଷ୍ ଦେଶରେ ପ୍ରଚଳିତ ଜାର୍ ଶାସନର କ୍ୟାଲେଣ୍ଡର ଅନୁଯାୟୀ ଏହି ତାରିଖ ଥିଲା ଅକ୍ଟୋବର ୨୫। ତେଣୁ ଏହି ଦିବସକୁ ମହାନ୍ ଅକ୍ଟୋବର ଦିବସ ବୋଲି ମଧ୍ୟ କୁହାଯାଇଥାଏ।ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବିପ୍ଳବ ଥିଲା ଅନନ୍ୟ। କାରଣ ଏହା ପୂର୍ବରୁ ଯେତେ ବିପ୍ଳବ ସଂଗଠିତ ହୋଇଥିଲା ସେସବୁ ବିପ୍ଳବରେ ଗୋଟିଏ ଶୋଷକ ଶ୍ରେଣୀ କ୍ଷମତାଚ୍ୟୁତ ହୋଇ ଆଉ ଏକ ଶୋଷକ ଶ୍ରେଣୀ କ୍ଷମତାସୀନ ହୋଇଥିଲା। ମାତ୍ର ନଭେମ୍ବର ବିପ୍ଳବ ବିଜୟୀ ହେବାପରେ ପ୍ରଥମ ଥର ପାଇଁ ଶୋଷକ ଶ୍ରେଣୀ କ୍ଷମତାଚ୍ୟୁତ ହୋଇ ଶୋଷିତ ଶ୍ରେଣୀ କ୍ଷମତାସୀନ ହୋଇଥିଲା। ଏହି ବିପ୍ଳବ ଫଳରେ ସମଗ୍ର ସୋଭିଏତ ୟୁନିଅନ୍ କ୍ରୁଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମରିକ ଶକ୍ତି ପରି ସମସ୍ତ କ୍ଷେତ୍ରରେ ଅତି କମ୍ ସମୟ ମଧ୍ୟରେ ପ୍ରୁଥିବୀର ଦ୍ବିତୀୟ ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ପାରିଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧରେ ଦୁର୍ଧର୍ଷ ହିଟଲରର ନାଜି ବାହିନୀକୁ ପରାସ୍ତ କରି ସମଗ୍ର ବିଶ୍ଵରେ ଉପନିବେଶବାଦ ବିରୋଧୀ ଜାତୀୟ ମୁକ୍ତି ସଂଗ୍ରାମକୁ ପ୍ରେରଣା ଯୋଗାଇଥିଲା। ଆମ ଦେଶ ଭାରତ ବର୍ଷର ବ୍ରିଟିଶ ବିରୋଧୀ ସ୍ବାଧୀନତା ସଂଗ୍ରାମ ଓ ମେହେନତୀ ମଣିଷଙ୍କ ସଂଗ୍ରାମ ମଧ୍ୟ ନଭେମ୍ବର ବିପ୍ଳବ ଓ ସମାଜବାଦୀ ସୋଭିଏତ ୟୁନିଅନ୍ ଠାରୁ ଅକୁଣ୍ଠ ସାହାଯ୍ୟ ଓ ପ୍ରେରଣା ପାଇଥିଲା। ଏକଥା ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଠାକୁର, ଜବାହରଲାଲ ନେହେରୁ, ସୁଭାଷ ବୋଷଙ୍କ ପରି ତୁଙ୍ଗ ସ୍ବାଧୀନତା ସଂଗ୍ରାମୀମାନେ ମଧ୍ୟ ସ୍ବୀକାର କରିଛନ୍ତି। 

ଏପରିକି ସ୍ବାଧୀନତା ପରବର୍ତ୍ତୀ ସମୟରେ ଅର୍ଥନୈତିକ ସାର୍ବଭୌମତ୍ୱ ହାସଲ କରିବା ପାଇଁ ରାଷ୍ଟ୍ରାୟତ ଉଦ୍ୟୋଗ ପ୍ରତିଷ୍ଠା ଏବଂ ବଙ୍ଗଳାଦେଶର ମୁକ୍ତି ସଂଗ୍ରାମ ସମୟରେ ସାମ୍ରାଜ୍ୟବାଦୀ ଆମେରିକାର ସାମରିକ ଦାଦାଗିରି ମୁକାବିଲା କରିବା କ୍ଷେତ୍ରରେ ଭାରତ ବର୍ଷକୁ ସମାଜବାଦୀ ସୋଭିଏତ ୟୁନିଅନର ଅକୁଣ୍ଠ ସାହାଯ୍ୟ କେବେହେଲେ ଭୁଲି ହେବନାହିଁ।

ଦୁର୍ଭାଗ୍ୟର ବିଷୟ, ନାନାଦି ଆଭ୍ୟନ୍ତରୀଣ ଓ ବାହ୍ୟ କାରଣରୁ ୧୯୯୦ ଦଶକରେ ସମାଜବାଦୀ ସୋଭିଏତ ୟୁନିଅନର ବିଲୟ ଫଳରେ ପ୍ରୁଥିବୀରେ ଶ୍ରେଣୀ ଶକ୍ତିର ଭାରସାମ୍ୟ ସାମ୍ରାଜ୍ୟବାଦ ସପକ୍ଷରେ ଯାଇଛି। ସେଥି ସହିତ ସାମ୍ରାଜ୍ୟବାଦୀ ନିର୍ଦ୍ଦେଶିତ ନବ୍ୟ ଉଦାର ନୀତି ଫଳରେ ଭାରତ ପରି ତ୍ରୁତୀୟ ବିଶ୍ବର ଦେଶଗୁଡିକର ପ୍ରାକୃତିକ ସଂପଦ, ବିଶାଳ ବଜାର ଓ ଶସ୍ତା ଶ୍ରମ ସବୁ କିଛି ମେଗା କର୍ପୋରେଟମାନଙ୍କ କବଜାକୁ ଚାଲିଯାଉଛି। ଏହା ଫଳରେ ଆୟ ଓ ସଂପଦ କ୍ଷେତ୍ରରେ ବୈଷମ୍ୟ ବଢ଼ି ଚାଲିଛି। କ୍ଷୁଧା, ଦାରିଦ୍ର୍ୟ ଓ କର୍ମହୀନତା ବଢ଼ି ଚାଲିଛି।ଏହା ବିରୁଦ୍ଧରେ ସମଗ୍ର ବିଶ୍ଵରେ ସାଧାରଣ ଲୋକଙ୍କର କ୍ଷୋଭ, ଅସନ୍ତୋଷ ଓ ଆନ୍ଦୋଳନ ବଢ଼ି ଚାଲିଛି। ଏହି ଆନ୍ଦୋଳନକୁ ବିପଥଗାମୀ କରିବା ପାଇଁ ଉଗ୍ର ଦକ୍ଷିଣ ପନ୍ଥୀ ଫାସିବାଦୀ ଶକ୍ତିମାନଙ୍କୁ ସାମ୍ରାଜ୍ୟବାଦୀ ଦେଶ ତଥା ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ମେଗା କର୍ପୋରେଟ ମାନେ ଅର୍ଥ ଓ ଅସ୍ତ୍ର ଯୋଗାଇ ଚାଲିଛନ୍ତି। ସଂପ୍ରତି ଗାଜା ପଟି ଓ ପାଲେଷ୍ଟାଇନରେ ଚାଲିଥିବା ଇସ୍ରାଏଲର ନରସଂହାର ଏବଂ ଦୀର୍ଘ ବର୍ଷାଧିକ କାଳ ଧରି ଚାଲିଥିବା ଋଷ-ୟୁକ୍ରେନ୍ ଯୁଦ୍ଧରେ ସାମ୍ରାଜ୍ୟବାଦର ଘ୍ରୁଣ୍ୟ ଭୂମିକା ଆମେମାନେ ପ୍ରତ୍ୟକ୍ଷ କରୁଛେ।ଆମ ଦେଶର ମୋଦୀ ସରକାର ସ୍ବାଧୀନତା ସଂଗ୍ରାମର ସମସ୍ତ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଆମେରିକା ସାମ୍ରାଜ୍ୟବାଦର ବିଶ୍ଵସ୍ତ ସହଯୋଗୀ ସାଜିଛି। ମୁଷ୍ଟିମେୟ କର୍ପୋରେଟମାନଙ୍କର ମୁନାଫା ଓ ଶୋଷଣକୁ ବଢ଼ାଇବା ଓ ନିରଙ୍କୁଶ କରିବା ପାଇଁ ଶ୍ରମିକ, କ୍ରୁଷକ ତଥା ସାଧାରଣ ଲୋକଙ୍କର ଜୀବିକା ଓ ଅଧିକାର ଉପରେ ଆକ୍ରମଣ କରି ଚାଲିଛି। ସାମ୍ବିଧାନିକ ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା, ସ୍ବାଧୀନ ଗଣମାଧ୍ୟମ,ଧର୍ମନିରପେକ୍ଷତା ଏପରିକି ବିଚାର ବିଭାଗର ସ୍ବାଧୀନତା କ୍ଷୁର୍ଣ୍ଣ କରି ଚାଲିଛି। ଏପରି ଏକ ଦେଶ ବିରୋଧୀ ଓ ଜନ ବିରୋଧୀ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଦେଶ ବ୍ୟାପୀ ଦେଶପ୍ରେମୀ ଓ ଗଣତାନ୍ତ୍ରିକ ଶକ୍ତିମାନଙ୍କର ଐକ୍ୟବଦ୍ଧ ଆନ୍ଦୋଳନ ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ମହାନ୍ ନଭେମ୍ବର ବିପ୍ଳବର ଶିକ୍ଷାର ପ୍ରାସଙ୍ଗିକତା ବହୁ ଗୁଣ ବଢ଼ି ଯାଇଛି। ଏହାକୁ ହ୍ରୁଦୟଙ୍ଗମ କରି ତଦନୁଯାୟୀ ଶୋଷିତ ମଣିଷର ସଂଗ୍ରାମରେ ନିଷ୍ଠା ଓ ଦ୍ରୁଢତାର ସହିତ ସାମିଲ୍ ହେବା ଏକାନ୍ତ ଆବଶ୍ୟକ ହୋଇ ଯାଇଛି।ଏହାହିଁ ୨୦୨୩ ନଭେମ୍ବର ବିପ୍ଳବ ଦିବସର ଆହ୍ବାନ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବସନ୍ତ ନାୟକ, ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ଯଯାତି କେଶରୀ ସାହୁ, ବିଶ୍ଵଜିତ ମାଝୀ, ଏଲ୍ ସି ସଦସ୍ୟ ପ୍ରଭାତ ମହାନ୍ତି, ବସନ୍ତ ପାଢ଼ୀ, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା,ପ୍ରଦୀପ ଗୋଉଡ, ଜନ୍ମେଜୟ ଘୋଷ, ରଞ୍ଜନ ମହାପାତ୍ର ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ଉପସଭାପତି ପାର୍ଥ କବିଙ୍କୁ ସଂଖ୍ୟା ଲଘୁ ସଂପ୍ରଦାୟ ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

ଧର୍ମଗଡ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୭ତମ ଜୟନ୍ତୀ ପାଳନ

Sunil Chandra Nayak

ଲାଞ୍ଜିଗଡ ବିଜେଡିର ଜୋନସ୍ତରୀୟ ଦ୍ୱିତୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort