ନର୍ଲା -(ମ ନି ସ )- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ସଲିଲ ରଞ୍ଜନ ସିକଦାର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ସହ ଅବଶିଷ୍ଟ ଜୀବନ ସୁଖମୟ କାମନା କରିଥିଲେ l ଶ୍ରୀଯୁକ୍ତ ସିକଦାର ଜଣେ ଆଦର୍ଶ ଓ ଛାତ୍ର ବତ୍ସଳ ଶିକ୍ଷକ ଭାବେ ସରିଆଁ ବିଦ୍ୟାଳୟ କୁ ଏକ ଆଦର୍ଶ ବିଦ୍ୟାଳୟ ରୂପେ ଗଢି ତୋଳିବା ସହ ଉତ୍ତମ ଛାତ୍ର ଛାତ୍ରୀ ସୃଷ୍ଟି କରିବାରେ ତାଙ୍କର ଅବଦାନ ଅତୁଳନୀୟ l
ନର୍ଲାରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ ମସିହା. ଇନ