୨୩ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କର୍ଲମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୁଲ୍ୟରେ ୨୩ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇ ଯାଇଛି l ଏହି ଉଦଘାଟନୀ ଉତ୍ସବରେ ତେରେସିଂହା ପିରବତୀ ମହିଳା କଲେଜ ର ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ମୁରଲୀଧର ରଣା ଯୋଗଦେଇ ପତାକା ଉତ୍ତୋଳନ ପୂର୍ବକ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l ଏହି ଅବସରରେ ପୂର୍ବତନ ଫୁଟବଲ୍ ଖେଳାଳି ଉଦୟ କୁମାର, ଆୟୋଜକ କମିଟି ସଭାପତି କିଶୋର ଚନ୍ଦ୍ର ନାଏକ, ହାସ୍ୟ କଳାକାର ସଞ୍ଜୟ ନାଏକ ପ୍ରମୁଖ ଯୋଗ ଦେଇଥିଲେ l ଉଦଘାଟନୀ ମ୍ୟାଚରେ ତେରେସିଂହା ଓ ରଜାପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ୍ ରେ ରଜାପଡ଼ା ଦଳ ତେରେସିଂହା ଦଳକୁ ୩.୦ ଗୋଲ ରେ ପରାସ୍ତ କରି ବିଜୟୀ ହୋଇଥିଲା l ଖେଳଟିକୁ ବିଶେଶ୍ୱର ପ୍ରଧାନ ପରିଚାଳନା କରିଥିବା ବେଳେ ମନ ରଞ୍ଜନ ମାଝୀ ଓ ମାହିଲ ଗୌଡ଼ ସହଯୋଗ କରିଥିଲେ l ଆଜିର ମ୍ୟାଚଟି କୁଶମଖାଲ ଓ ଡ଼ଙ୍ଗାପଟା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସମ୍ପାଦକ ରଶ୍ମି ରଞ୍ଜନ ରଣା ଖେଳସୂଚୀ ସମ୍ପର୍କରେ ସୂଚନା ଦେଇଛନ୍ତି l