ଓଠ ତଳ ହସ
ସୁକାନ୍ତ ଖଣ୍ଡା
ତା ଓଠ ତଳେ ହସକୁ ଦେଖି
ଚହଲି ଗଲି ସେ ଦିନ
ଯେମିତି ସମୁଦ୍ରର ଢେଉ
ପବନର ସାଇଁସାଇଁ ସ୍ବର
ଗୋଟେ ଭୟଙ୍କର ଉନ୍ମାଦନା
କ୍ଷୁଧାର୍ତ୍ତ ଆଉ ତୁଷାର୍ତ୍ତ ପରି
ବାସନା କାମନାରେ।
ତାକୁ ଭିଡି଼ ଧରିଲି
ଆଗ ପଛ କିଛି ବି ନ ଭାବି
ସେ କୋଳେଇ ନେଲା ମୁଠାଏ ହସରେ
ବୁଣିଦେଲା କିରିକିରି ସୋରିଷର ଫୁଲ
ଆଉ ହଠାତ୍ କେମିତି ଭିନ୍ନେ ହୋଇଗଲା
ବୁଢୀ଼ ଅସୁରୁଣୀ ପରି ତା’ ବଡ଼ବଡ଼ ଦାନ୍ତ
ଚିମିନିର ଧୂଆଁ ପରି ନିଶ୍ବାସ ପ୍ରଶ୍ବାସ।
ମୋତେ କୋଳେଇ ଫିଙ୍ଗି ଦେଲା ଦୂରକୁ
ମାଡି଼ ବସି ଶକ୍ତ ଆଉ ମୁନିଆଁ ନଖରେ
ବିଦାରି ରକ୍ତକୁ ପିଇଲା।
ମୋର ଅବଶୋସ ରହିଗଲା
କାମନା ଦୋଳିରେ ବସି ପାରିଲିନି
ଯାହା ସଂସାରର ସବୁଠୁ ସୁଖ
ଗୋଟେ ବିପରୀତ ଲିଙ୍ଗ।
ମୋତେ ପାରି କରିଦେଲା
ସାତ ସମୁଦ୍ର ତେର ନଈ
ଯେଉଁଠୁ ଆସିଥିଲି ଲଙ୍ଗଳା ହୋଇ।
ସତରେ !
ଓଠ ତଳ ହସ
ଲାଭ ନା କ୍ଷତି?
ଯଦି ଲାଭ
ମୋ ପରି ଭୟଙ୍କର ନିଶାରେ ଝଡି଼ ଯାଇ ପାର
ବର୍ଷାର ଝଡି଼ପୋକ ପରି
ଯଦି ନାଁ
ତେବେ ସଂସାରର ରଙ୍ଗମଞ୍ଚ କ’ଣ
ଶୁଷ୍କ ମରୁଭୂମି
ଯେମିତି ସାହାରା ଓ କାଲାହାରୀ?
ପ୍ରଶ୍ନ ଦେଲି ଆପଣଙ୍କୁ ଆଉ
ଉତ୍ତର ଅପେକ୍ଷାରେ।
ହେ ପୃଥିବୀର ପୁରୁଷ ସମାଜ
ଓଠ ତଳ ହସ ତେବେ
ଭଲ ନା ମନ୍ଦ?
ଶୁଭ ନା ଅଶୁଭ??
ଲାଭ ନା କ୍ଷତି???
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର