ସେବା ସମ୍ମାନରେ ସମ୍ମାନିତ ଆଦ୍ୟାଶା ଫାଉଣ୍ଡେସନ
କେନ୍ଦ୍ରାପଡ଼ା :ସେବା ସମ୍ମାନରେ ସମ୍ମାନିତ ଆଦ୍ୟାଶା ଫାଉଣ୍ଡେସନ ।ୱେଷ୍ଟ ବେଙ୍ଗଲ,ଖଡ଼ଗପୁର ସ୍ଥିତ ସାମାଜିକ ସଙ୍ଗଠନ ସମାଜ ସେବା ପାଇଁ ସମର୍ପିତ ପାର୍ବତୀ ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଟାଉନ ହଲରେ ଅନୁଷ୍ଠିତ ହୋଇ ଯାଇଛି, ଏହି ଶୁଭ ଅବସରରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି,ହନୁମାନଙ୍କ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଶୁଭ ଦିବସରେ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ସମାଜର କଲ୍ୟାଣ ନିମନ୍ତେ ଦୁଃଖୀ ରଙ୍କିଙ୍କ ମନରେ ଖୁସି ଓ ସାହାସ ଭରି ତାଙ୍କ ଓଠରେ ହସ ଭରିବାକୁ ପ୍ରୟାସ ଓ ନିଃସ୍ୱାର୍ଥପର ସମାଜ ସେବା କାର୍ୟ୍ଯ ସାମାଜିକ ସଙ୍ଗଠନ ଆଦ୍ୟାଶା ଫାଉଣ୍ଡେସନ କୁ ସମ୍ମାନ ଜଣାଇ ସେବା ସମ୍ମାନରେ ସମ୍ମାନିତ କରିଛନ୍ତି, ଆଦ୍ୟାଶା ପରିବାର ସଦସ୍ୟା ଅନିଲ କୁମାର ସୁତାର ବାର୍ଷିକ ଉତ୍ସବରେ ଯୋଗ ଦେଇ ଉପସ୍ଥିତ ରହି ଅତିଥୀଙ୍କ ହସ୍ତରୁ ମାନପତ୍ର ଓ ଉତ୍ତରୀୟ ଗ୍ରହଣ କରିଥିଲେ । ଆଦ୍ୟାଶା ଫାଉଣ୍ଡେସନ ତରଫରୁ ପାର୍ବତୀ ଚାରିଟେବୁଲ ଟ୍ରଷ୍ଟକୁ ଏବଂ ସଭାପତି ବିକାଶ ନିମଖାଇଙ୍କୁ ଶୁଭ କାମନା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।