ସେବା ପାଇଁ ସମ୍ପରପିତ ପ୍ରିତି
କଣ୍ଟାବାଞ୍ଜି,୨୨/୦୪, : ଆଜିର ଦୁନିଆରେ ବିନା କୌଣସି ସ୍ୱାର୍ଥ କିଏ କାହାକୁ ସାହାର୍ଯ୍ୟ କରେ ନାହିଁ। ସବୁ ଏଠି ସ୍ୱାର୍ଥପର । କିନ୍ତୁ ଆଜି ବି ଜଣେ ଏମିତି ମହିଳା ରହିଛନ୍ତି ଯିଏ ବିନା କୌଣସି ସ୍ୱାର୍ଥରେ ଲୋକଙ୍କ ସେବା କରୁଥିବା ଦେଖାଯାଉଛି । ବର୍ତ୍ତମାନ ତାପମାତ୍ର ୪୨ ଡିଗ୍ରୀ ଉପରେ । ଏଭଲି ପ୍ରଚଣ୍ଡ ରୌପତାପ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସହର କୁ ଆସୁଥିବା ଗ୍ରାମଂଚଳର ଲୋକ ପାଣି ପାଇଁ ଡହକ ବିକଲ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲି ଲୋକଙ୍କୁ ପଇବା ପାଣି ଦେଉଛନ୍ତି। ଏହା ପ୍ରଶାସନର କାମ ଯାହା ପ୍ରଶାସନ ଠିକ ଭାବେ କରୁଛି। କିନ୍ତୁ ଜଣେ ନିଜେ ଏକ ମହିଳା ଜନ କଲ୍ୟାଣ ସ୍ବେଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି ସମୟ ଅନୁସାରେ ଅସାହାୟ ଙ୍କୁ ସହାୟତା ର ହାତ ବଢାଉଛନ୍ତି। ଶୀତ ଦିନ ରେ ଶୀତ ବସ୍ତ୍ର ବଣ୍ଟନ ତୋ ବର୍ଷା ଦିନ ରେ ଛତା ଓ ପଳିଥିନ ବଣ୍ଟନ କରନ୍ତି। ଯେଉଁ ଠି ଅସହାୟ ବ୍ଯକ୍ତି ଙ୍କୁ ଦେଖିଲେ ମାତ୍ରେ ସହାୟତା କରିଥାନ୍ତି। ଆଜି ସେହି ମହିଳା ଅନ୍ୟ ମହିଳା ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ବାସିନ୍ଦା ପ୍ରିତି ଜୈନ ପେଶା ଜଣେ ସେ ବ୍ୟବସାୟୀ କିନ୍ତୁ ଏହି ପ୍ରଚଣ୍ଡ ଖାରାର ନିଜ ବ୍ୟବସାୟ ସମ୍ଭାଲିବା ସହ ନିଜେ ମ ତାଙ୍କ ଦୋକାନ ବାହାରେ ନିଜ ଖର୍ଚ୍ଚରୁ ସରବତ, ଥଣ୍ଡା ପାଣି ପିଇବା ଦେବା ସହ ଲୋକ ଙ୍କୁ ଚଣା ଓ ମୁଗ ମଧ୍ଯ ଖାଇବାକୁ ଦେଉଛନ୍ତି। ଖରା ତାତି ରୁ ରଖା ପାଇବା ପାଇଁ ଲୋକ ଙ୍କୁ ଛତା ମଧ୍ଯ ବଣ୍ଟନ କରୁଛନ୍ତି। ଯେଉଁ ଲୋକ ଖାଲି ପାଦ ରେ ଯିବା ଦେଖିଲେ ସେମାନ ଙ୍କୁ ଚପଳ ପ୍ରଦାନ କରୁଥିବା ଦେଉଥିବା ଦେଖାଯାଇଛି। ପ୍ରିତି ଜୈନ ବିଭିନ୍ନ ସମାଜିକ ସଂଗଠନ ସହ ଜଡିତ। ଯଦି ଲୋକ ପିଇବା ପାଣି ପାଇଁ ପାଉଚ ଏବଂ ବୋତଲ କିଣିବ ତେବେ ନିଶ୍ଚିତ ଭାବେ ଟଙ୍କା ଖର୍ଚ୍ଚ ହେବ, କିନ୍ତୁ ମୁଁ ସେଭଲି ଏବଂ ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ସରବତ୍ ଏବଂ ଥଣ୍ଡା ପାଣି ପିଇବା ପାଇଁ ଦେଉଛୁ ଆଉଁ ତାତି ଯିବା ଆସିବା ଲୋକ ଙ୍କୁ ଅସୁବିଧା ହେଉଛି ତେଣୁ ସେମାନ ଙ୍କ ଶରୀର ରେ ଶକ୍ତି ଯୋଗାଇବା ପାଇଁ ଚଣା, ମୁଗ, ଚିନାବାଦାମ ଓଦା କରି ସେମାନ ଙ୍କୁ ଖାଇବାକୁ ଦେଉଛୁ ବୋଲି ସେ କହିଥିଲେ। କେବଳ ଯେ ଏବେ ସେ ପିଇବା ପାଣି ଦେଉଛନ୍ତି ତାହା ନୁହେଁ ବିଗତ ୫ ବର୍ଷ ହେଲା ସେ ନିଜସ୍ବ ଏହି ଜଳ ଛାତ୍ର ଆମ୍ଭର କରିଛନ୍ତି। ଅତି ଗରିବ ଲୋକଙ୍କୁ ଦରକାର ପଡିଲେ ଖାଇବାର ବ୍ୟବସ୍ଥା କରିବା ସହ ଛତା, ଚପଲ , କପଡା ମଧ୍ୟ ଦେଉଥିବା ଦେଖାଯାଏ। ଏବଂ ଅନେକ ସମୟରେ ବିଭିନ୍ନ ଅନାଥ ଆଶ୍ରମ ଯାଇ ଦର୍କାର ପଡୁଥିବା ସାମଗ୍ରୀ ଯୋଗାଇଥାଆନ୍ତି। ଏବଂ ପଶୁ ପକ୍ଷି ଙ୍କୁ ମଧ୍ଯ ଖାଇବାକୁ ଦେଇଥାଆନ୍ତି ପ୍ରତି, ବର୍ଷା ଦିନ ଆସିଲେ ସେ ବୃକ୍ଷ ରୋପଣ କରିଥାନ୍ତି। ଆଜିର ଦିନରେ ଜଣେ ମହିଲା ନିଜ ବ୍ୟବସାୟ ଚଲାଇବା ସହ ସେହି ବ୍ୟବସାୟ ରୁ ସଂଗ୍ରହ କରିଥିବା ଟଙ୍କାକୁ ସମାଜ ସେବାରୁ ଲଗାଇଥାଆନ୍ତି। ଜଣେ ମହିଳା ଏଭଲି ଜନସେବା କରୁଛି ତାହା ନିଶ୍ଚିତ ଭାବେ ଅନ୍ୟ ମାନଙ୍କୁ ପ୍ରେରଣା ଦେବ।