ସ୍ମୃତି ଅସ୍ମିତାକୁ ସାଇତି ରଖିଛନ୍ତି ଜିରିଡାମାଳିର ଜେଜେ ନାତି ,୧୯୬୨ ର କଳା ଧଳା ସଟର ଟଣା ଟିଭି ରହିଛି ଉଜ୍ଜୀବିତ ଏଵଂ ୧୯୦୭ ମସିହା ଠାରୁ ୧୯୬୩ ମସିହାର ଅଣା ପଇସା ଓ କଣା ପଇସା ପୁଟୁଳିରେ ଆଜି ବି ରହିଛି ଅକ୍ଷୁର୍ଣ୍ଣ
କାମାକ୍ଷାନଗର -(ମନିସ )22/4/24 // ଢେଙ୍କାନାଳ ଜିଲ୍ଲା ଜିରିଡାମାଳି ଗ୍ରାମର ଜେଜେ ଓ ନାତି ଏକବିଂଶ ଶତାବ୍ଦୀରେ ନିଜର ପୁରୁଣା ତଥା ପିତୃପୁରୁଷଙ୍କ ସ୍ମୃତି ଅସ୍ମିତାକୁ ଆଜି ବି ଉଜ୍ଜୀବିତ ରଖିଛନ୍ତି। ଜେଜେ ହେଉଛନ୍ତି ଶ୍ରୀଯୁକ୍ତ ହରିହର ପାତ୍ର ଏଵଂ ନାତି ଶ୍ରୀଯୁକ୍ତ ବିନ୍ଦୁ ସାଗର ପାତ୍ର । ତାଙ୍କର ଘରେ ଆଜି ବି ଲାଗୁଛି ୧୯୬୨ ମସିହାର ସଟର ଟଣା କଳା ଧଳା ଟିଭି ,ଆଉ ସେହି ଟିଭିରେ ସପରିବାର ଦୁରଦର୍ଶନ ଚ୍ୟାନେଲ କୁ ଦେଖନ୍ତି ଏହା ସହିତ ସେମାନେ ୧୯୦୭ ମସିହା ଠାରୁ ୧୯୬୩ ପର୍ଯ୍ୟନ୍ତ ବହୁ ପୁରୁତନ ପଇସା କୁ ତାଙ୍କର ପୁଟୁଳି ରେ ସାଇତି ରଖିଛନ୍ତି। ନିଜର ପୁରୁଣା ବସ୍ତୁ ତଥା ସ୍ମୃତି ଅସ୍ମିତାକୁ ସାଇତି ରଖି ଅକ୍ଷୁର୍ଣ୍ଣ ରଖିଥିବା ସାମାଜରେ ଗୁରୁତ୍ଵଵହନ କରୁଥିଵା ଏଭଳି ପରିବାରକୁ ସ୍ମୃତି ଅସ୍ମିତା ପ୍ରଚାରକ ଇଂ ହିମାଦ୍ରି ଦାସ ସାକ୍ଷାତ କରି ପୁରାତନ ସାମଗ୍ରୀ ଗୋଡିକୁ ଲୋକଲୋଚନକୁ ଆଣିବା ସହିତ ଭୁବନେଶ୍ବର ମ୍ୟୁଜିୟମ ରେ ସଂଗ୍ରହିତ ରଖିବାକୁ ବ୍ୟବସ୍ଥା ମଧ୍ୟ କରିଛନ୍ତି ।