ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା ହେ ସୂର୍ଯ୍ୟ

ହେ ସୂର୍ଯ୍ୟ

ମୁଁ ତୁମର ପହିଲି କିରଣ କୁ

   ଯେତିକି ଭଲ ପାଏ

ନିଦାଘର ଆଗ୍ନେୟଗିରି କୁ

 ଖୁବ ଆପଣେଇଥାଏ

  ଯେପରିକି ମାଘର ସୁ ସୁ କମ୍ପନରେ

 ତୁମରି ଉଷ୍ଣତାର ଚାଦର ଭିତରେ

 ନିଜକୁ ହଜାଇ ଦେବାକୁ 

  ସେଥିପାଇଁ ମୋର ସାରାଦିନର ପ୍ରତିକ୍ଷା

     ତୁମ ପାଖରେ 

 ନା ସମୟକୁ ଦେଖେ

     ନା ପରିସ୍ଥିତି କୁ

 ଖୁବ୍ ଜାବୁଡି ଧରେ

    ଅନୁଭବ ର 

    ଉତ୍ତାପରେ

 ଯେ ପର୍ଯ୍ୟନ୍ତ ଆଶ୍ୱସ୍ତିର

 ପିଠି ଥାପୁଡା ଇସରା 

  ପାଇନାହିଁ ସାରା ଶରୀର

 ଜଳିବାରେ…

ସଫଳା ଦାସ

କଟକ

ବାଦାମବାଡି

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ ବିରଜା ମାଆ 

Sunil Chandra Nayak

ଗାଁ କୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

ନଦୀରେ ଫସି ଥିବା ଚାରି ଡ଼୍ରାଇଭରଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ 

Sunil Chandra Nayak

Leave a Comment

error: Content is protected !!