ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରା ଘାତରେ ଦୁଇ ମଇଁସି ମୃତ

ବଜ୍ରା ଘାତରେ ଦୁଇ ମଇଁସି ମୃତ

ବନ୍ଧୁଗାଁ ତା,୨୧/୪/୨୬,କୋରାପୁଟ ଜିଲ୍ଲା ର ବନ୍ଧୁଗାଁ ଓ ନାରାୟଣ ପାଟଣା ବ୍ଲକରେ ଘଡ଼ ଘଡ଼ି ସହ ପ୍ରବଳ ପଵନ ସାଙ୍ଗକୁ ବର୍ଷା ହୋଇଛି I ଅନେକ ସ୍ଥାନରେ ଛୋଟ ମୋଟ ଗଛ ଭାଙ୍ଗି ପଡିଥିବାର ମଧ୍ୟ ଦେଖା ଦେଇଛି ଏଥି ସହିତ ନାରାୟଣ ପାଟଣା ବ୍ଲକର ପଡା ପଦର ପଞ୍ଚାୟତର ବାସନା ପୁଟ ଗାଁର ମୂଷୁରୀ ନାମକ ବ୍ୟକ୍ତିଙ୍କ ବଜ୍ରା ଘାତରେ ୨ଟି ମଇଁସି ମୃତ I ଆଜି ସନ୍ଧ୍ୟା ରେ ଘଡ ଘଡି ସହ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା I ସେହି ସମୟରେ ମଇସି ସବୁ ଏକ ଗଛ ମୂଳକୁ ଚାଲିଯାଇଥିଲେ ସେତେବେଳେ ଉକ୍ତ ଗଛ ଉପରେ ବଜ୍ରପାତ ହେବାରୁ ସେଠାରେ ହିଁ ସବୁ ଟଳିପଡିଥିଲେ I ବର୍ଷା କମିବା ପରେ ଗ୍ରାମର କିଛି ଲୋକ ଖବର ଶୁଣି ଉକ୍ତ ଘଟଣା ସ୍ତଳକୁ ଯାଇ ଦେଖିବାରୁ ଜାଣିବାକୁ ପାଲେକି ଗ୍ରାମର ମୂଷୁରୀ ଙ୍କ ର ଦୁଇଟି ମଇଁସି ବୋଲି ଜାଣିବାକୁ ପାଇଥିଲେ I ମୃତ୍ୟୁ ହୋଇଥିବା ଦୁଇଟି ମଇଁସିର ମୂଲ୍ୟ ଆନୁମାନିକ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜାଣିବାକୁ ପାଇଛୁ I ପ୍ରତିବର୍ଷ ଏହି ଗ୍ରାମରେ ବର୍ଷା ମାସର ଆରମ୍ଭରେ ଏହି ପ୍ରକାର ଅଘଟଣ ଘଟିଥିବା ହେତୁ ଗ୍ରାମରେ ରହୁଥିବା ସମସ୍ତେ ଗରୀବ ଆଦିବାସୀ ହୋଇଥିବାରୁ ବହୁତ କ୍ଷତି ସହିଥିବାର ସୂଚନା ମିଳିଥିଲା  ଓ ଉକ୍ତ ଘଟଣାରେ ଦୁଇଟି ମଇଁସି ମୃତ୍ୟୁ ହୋଇଥିବା କ୍ଷତି ଯୋଗୁଁ ସରକାରଙ୍କ ଠାରେ କ୍ଷତିପୂରଣ ପାଇଁ ନିବେଦନ କରିଛନ୍ତି I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବିଶ୍ଵ ସ୍ଵାସ୍ଥ୍ୟ ଦିବସରେ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା

Sunil Chandra Nayak

ବୁଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଷୋହଳତମ ଜନ୍ମଦିନ, ସ୍ମୃତି ବହନକରେ କାହିଁକି ?

Sunil Chandra Nayak

Leave a Comment

error: Content is protected !!