ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଅନଳ ବର୍ଷା

ଅନଳ ବର୍ଷା

 

ମାନଗୋବିନ୍ଦ ସ୍ବାଇଁ

 

ଓଡ଼ିଶା ଜଳୁଛି ଅନଳ ବରଷା

   ଗଛ ପ୍ରାଣୀ ପଡ଼େ ଦଶା

ଡିଗ୍ରୀ ତାପମାତ୍ରା ଯାଉଅଛି ବଢ଼ି

    ପ୍ରାଣୀ ପ୍ରାଣ ଉଡ଼େ ହଂସା।

ପ୍ରକୃତି ଦାଣ୍ଡବ ଗଢିଛି ମଣିଷ

  ଭୋଗିବା ହବ ସଂଗ୍ରାମ

ଜଳ ବାୟୁ ହେଲା ଯେ ପରିବର୍ତ୍ତନ

   ନଷ୍ଟ ପରିବେଶ ସ୍ଥାନ।

ହାତେ ଦାଆ କାତି କାଟି ଦ୍ରୁମ ନିତି

    ଜଙ୍ଗଲ ହେଲାଣି ସଫା

ମାଟିର ଉତ୍ତାପ ଦେହର ଉତ୍ତାପ

   ଚାଲି ବଢ଼େ ଅଗ୍ନି ଶିଖା ।

କାଳିଆ ଶରଣ ତୋ ପାଦ ଭରସା

    ଅଗ୍ନି କର ଜନ ରକ୍ଷା

ପ୍ରକୃତି ଦେବତା ପ୍ରକୃତି ବରଷା

   ଜନ ଗଛ ଲଗା ଶିକ୍ଷା।

ମାନୁ ନାହିଁ ଛତା ମାନୁ ନାହିଁ ଜୋତା

     ଅନଳ ବହେ ପବନ

କେମିତି ବଞ୍ଚିବା କେମିତି ଚାଲିବା

   ଅକାଳ ଯାଏ ଜୀବନ।

ଝାଞ୍ଜି ବାହା ଦେଲା ମୁହଁପୋଡ଼ି ଚାଲେ

  ଟୋପାଏ ଜଳ ଗରମ

ଦେହ ହାତ ସିଜି କାଳିଆ ପଡୁଛି

    ଶରୀର ହେଲା ନରମ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନୂତନ ରିହାବ କଲୋନୀରେ ଯୁବକଙ୍କ ଆତ୍ମହତ୍ୟା 

Sunil Chandra Nayak

ଆମପାଣି ଘାଟି ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ମୃତ, ଜଣେ ଗୁରୁତର

Sunil Chandra Nayak

ଭାରତୀୟ ସମ୍ବିଧାନ ରାଷ୍ଟ୍ରର ମାର୍ଗଦର୍ଶିକା

Sunil Chandra Nayak

Leave a Comment

error: Content is protected !!