ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଦଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୬ ତମ ଜନ୍ମୋତ୍ସବ ଅନୁଷ୍ଠିତ

ରାଉରକେଲା/ ବିଶ୍ୱ ବରେଣ୍ୟ ଆଧ୍ଯାତ୍ମିକ ଗୁରୁ ତଥା ସନ୍ଥ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୬ ତମ ଜନ୍ମ ମହୋତ୍ସବ ସ୍ଥାନୀୟ ଆର୍ଟ ଅଫ୍ ଲିଭିଂ ପରିବାର ଦ୍ଵାରା ମହା ସମାରୋହରେ ପାଳିତ ହୋଇଯାଇଛି। ଗୁରୁଦେବଙ୍କ ଜନ୍ମୋତ୍ସବ ପାଳନ ଉପଲକ୍ଷେ ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆର୍ଟ ଅଫ୍ ଲିଭିଂ ପରିବାର ଦ୍ଵାରା ପ୍ରୟୋଜିତ ହୋଇ ଯାଇଛି। ସକାଳେ ସେକ୍ଟର ୧ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିସରରେ ସୁଦର୍ଶନ କ୍ରିୟା କାର୍ଯ୍ୟକ୍ରମ ରେ ଶତାଧିକ ସାଧକ ଅଂଶଗ୍ରହଣ କରିଥିଲେ। ଦିନବେଳା ସେକ୍ଟର ୨ ଛକରେ ପଣା ବଣ୍ଟନ ଓ ଛେଣ୍ଡ ଠାରେ ତରଭୁଜ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ସାମୁହିକ ଗୁରୁପୂଜନ, ତଥା ‘ସୁମେରୁ ସନ୍ଧ୍ୟା’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଆର୍ଟ ଅଫ୍ ଲିଭିଂ ସୁମେରୁ ସନ୍ଧ୍ୟା ଗାୟିକା ତନ୍ମୟୀ ମିଶ୍ରଙ୍କ ଭଜନ ସମୂହକୁ ଦର୍ଶକ ମଣ୍ଡଳୀ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରିଥିଲେ। ସିଭିକ ସେଣ୍ଟର ସଭାଗୃହ ଦର୍ଶକ ମାନଙ୍କ ଦ୍ୱାରା ପୁରି ଉଠିଥିଲା ଏବଂ ଭଜନ ର ତାଳେ ତାଳେ ଦର୍ଶକ ମଣ୍ଡଳୀ ନୃତ୍ୟରତ ହେଉଥିବା ଦେଖିବାକୁ ମିଳିଥିଲା। ଗୁରୁଦେବଙ୍କ ଜନ୍ମ ମହୋତ୍ସବ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ଧ୍ୟାନ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ରାଉରକେଲା କ୍ଲବ ଠାରେ ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ବେରିନ୍ଦର ସିଂହ ସହୋଟାଙ୍କ ମାର୍ଗଦର୍ଶନରେ ଜାରି ରହିଛି। ପ୍ରକାଶଯୋଗ୍ୟ ଯେ ଦୀର୍ଘ ଦୁଇ ବର୍ଷର ଲକ୍ ଡାଉନ ପରେ ଏହି ଜନ୍ମୋତ୍ସବ କାର୍ଯ୍ୟକ୍ରମ ସମଗ୍ର ବିଶ୍ୱର ୧୯୦ ରୁ ଅଧିକ ଦେଶର ପୁରପଲ୍ଲୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଦ୍ଵାରା ବିପୁଳ ଉତ୍ସାହ ର ସହ ପାଳିତ ହୋଇଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଆଜି ଢେଙ୍କାନାଳରେ ଖୋଲିଲା ରୁଚି ର ୧୪ ତମ ଫୁଡ୍‌ ଆଉଟ୍ ଲେଟ୍ ଫ୍ରୋଜିଟ୍ 

Sunil Chandra Nayak

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

Sunil Chandra Nayak

ଗ୍ଳୋବାଲ ଇଣ୍ତିଆ ଆଚିଭମେଣ୍ଟ’ ପୁରସ୍କାର ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍ ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!