ସରକାରଙ୍କ ଦୃଷ୍ଟି ଆଢୁଆଳରେ ରାମକାଶୀ ଜଳପ୍ରପାତ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଦାବି
ଥୁଆମୁଳ ରାମପୁର:୦୮/୦୭ – (ମନିସ):– କଳାହାଣ୍ଡି ଜିଲ୍ଲା ବିଭିନ୍ନ ସ୍ଥାନରେ ମନଲୋଭା ପ୍ରାକୃତିକ ସୁନ୍ଦର ପରିବେଶ ରହିଥିବା ବେଳେ ଅନେକ ଦର୍ଶନୀୟ ସ୍ଥାନ ମଧ୍ୟ ଭରପୁର ରହିଛି। କିନ୍ତୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି କି ନାହିଁ କହିବା ସମ୍ଭବ ହେଉନାହିଁ ବୋଲି ଲୋକେ କୁହୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି ମାତ୍ର ତାହା ଲୋକଲୋଚନକୁ ଆସିପାରୁନାହିଁ। କଳାହାଣ୍ଡି ଜିଲ୍ଲାର ପ୍ରକୃତି ସମ୍ପଦ ଓ ଦର୍ଶନୀୟ ସ୍ଥାନର ଅଭାବ ନାହିଁ କିନ୍ତୁ ଏହାର ଉନ୍ନତି କରଣ ଦିଗରେ କୌଣସି ପ୍ରକାରେ ଚେଷ୍ଟା କରାଯାଉନାହିଁ। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନଙ୍କ ଉଦାସୀନତା ମନୋଭାବ ଯୋଗୁଁ ଅନେକ ଦର୍ଶନୀୟ ସ୍ଥାନ ଉପରେ ଦୃଷ୍ଟି ପଡିପାରୁ ନାହିଁ ବୋଲି ଆଲୋଚନା ହେଉଥିବା ଜଣାପଡିଛି। ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି ସେଥିମଧ୍ୟରୁ ଏକ ପ୍ରାକୃତି ସୌନ୍ଦର୍ଯ୍ୟର ଗନ୍ତାଘର ଭଳି ମନେହୁଏ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଅନ୍ତର୍ଗତ ଯୁଗସାଇପାଟଣା ଠାରେ ଅବସ୍ଥିତ ଯୁଗସାଇପାଟଣା ଭବାନୀପାଟଣା ମୁଖ୍ଯାଳୟ ଠାରୁ ମାତ୍ର ଦୂରତା ପ୍ରାୟ ୪/୫ କିଲୋମିଟର ଅତିକ୍ରମ କରି ମୁଷିଗୁଡା ଓ ସୂରିଜଖାଲ ଗ୍ରାମ ବାଟ ଦେଇ ଯିବାକୁ ପଡିଥାଏ। ଏହି ସ୍ଥାନଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ, ଝରଣାର ପ୍ରଭାହିତ ଜଳର କୁଳୁକୁଳୁ ନାଦ ଓ ଚଢେଇ ମାନଙ୍କ କାକଳିକ ଶଦ୍ଦରେ ଜନମାନସରେ ଆନନ୍ଦ ଯୋଗାଇଥାଏ। ଏହାଛଡା ଏହି ଅଞ୍ଚଳରେ ପ୍ରଭୁଶ୍ରୀ ଜଗନ୍ନାଥ ମନ୍ଦିର (ଶୁଭଦ୍ରା କ୍ଷେତ୍ର ରୂପେ ପରିଚିତ। ଝାଡେଶ୍ବର ମହାଦେବ ମନ୍ଦିର ଏବଂ ମାଁ ମାଣିକେଶ୍ବରୀଙ୍କ ଆଦ୍ଯ ପୀଠ ଏଠାରେ ବିଦ୍ଯମାନ। ବର୍ଷତମାମ ଉକ୍ତ ସ୍ଥାନକୁ ଦୂରଦୂରାନ୍ତରୁ ପର୍ଯ୍ୟଟନ ମାନଙ୍କ ଭିଡ ଜମିଥାଏ। ଏଠାକୁ କେବେ କର୍ମ କ୍ଳାନ୍ତ ଜୀବନରେ ଟିକେ ସମୟ ମିଳେ ତେବେ ଏହି ସ୍ଥାନକୁ ଥରେ ଆସିଲେ ପୁଣିଥରେ ଏଠାକୁ ଆସିବା ପାଇଁ ଇଛା ପ୍ରକାଶ କରିପାରିବେ। ଏଭଳି ସ୍ଥାନରେ ରହିଛି ଅନ୍ଯତମ ଏକ ରାମକାଶୀ ନାମ ଏକ ଜଳ ପ୍ରପାତ ରହିଛି ଏହାର ସୌଦର୍ଯ୍ଯ ଉପରେ ନକହିବା ଭଲ ଏହିଭଳି ସୁନ୍ଦର ସ୍ଥାନ ପ୍ରତି ପର୍ଯ୍ଯଟକଙ୍କ ଆକର୍ଷଣ ହୋଇଥାଏ। ଏହି ସ୍ଥାନକୁ ଯିବା ପାଇଁ ହେଲେ ଏକ ଘଞ୍ଚ ଜଙ୍ଗଲ ବାଟଚଲା ବାଟରେ ଦେଇ ଯିବାକୁ ପଡିଥାଏ। ରାସ୍ତାଘାଟ ଅଭାବ ଯୋଗୁଁ ପ୍ରାୟତଃ ପର୍ଯ୍ଯଟକଙ୍କୁ ଅସୁବିଧା ହୋଇଥାଏ। ଯାହାକି ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଡୁଆଳରେ ରହିଯାଇଛି। ଏହାର ପାରିପାର୍ଶ୍ବିକ ଉନ୍ନତିକରଣ ପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଯଦି ଅନୁଦାନ ଯୋଗାଇ ଦିଆଯାଏ ତେବେ ଅଞ୍ଚଳର ବିକାଶ ସମ୍ଭବ ହେବା ସହିତ ରାମକାଶୀର ଜଳପ୍ରପାତ ଟି ଲୋକଲୋଚନକୁ ଆସିପାରେ ବୋଲି କୁହାଯାଉଛି। ତେବେ ଏହି ରାମକାଶୀ ନାମକ ଜଳପ୍ରପାତର ପାରିପାର୍ଶ୍ବିକ ବିକାଶ ପାଇଁ ସ୍ଥାନୀୟ ଲୋକଙ୍କର ଦାବି ରହିଛି ଏହାଛଡା ଏହାର ପାରିପାର୍ଶ୍ବିକ ବିକାଶ ପ୍ରତି ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ତାହେଲେ ରାମକାଶୀ ଜଳପ୍ରପାତ ଲୋକଲୋଚନକୁ ଆସି ଲୋକଙ୍କର ଆକର୍ଷଣୀୟ ସ୍ଥାନ ଭାବରେ ପରିଚିତ ହୋଇପାରିବ। ଏଥିରେ ସନ୍ଦେହ କରିବାର ଅବକାଶ ନାହିଁ।
ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

