ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ବିଧବା ମହିଳାଙ୍କ ଘର ଭୁଶୁଡ଼ିଲା, ସରକାରୀ ସହାୟତା ଦାବି

ଲଗାଣ ବର୍ଷାରେ ବିଧବା ମହିଳାଙ୍କ ଘର ଭୁଶୁଡ଼ିଲା, ସରକାରୀ ସହାୟତା ଦାବି

କାମାକ୍ଷାନଗର- ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତର ବାଙ୍ଗୁରା ଗ୍ରାମର ଜଣେ ବିଧବା ମହିଳା ପୁନି ସାମଲ ଙ୍କ ଚାଳ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଘର ଭାଙ୍ଗିଯିବା ଫଳରେ ଘରେ ଥିବା ଆସବାବପତ୍ର, ଖାଦ୍ୟ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାରର ବହୁ ଜିନିଷପତ୍ର ନଷ୍ଟ ହୋଇଯାଇଛି।

ସୌଭାଗ୍ୟବଶତଃ ଘରେ ଥିବା ମହିଳା ଜଣ କ ଅଳ୍ପକେ ରକ୍ଷା ପାଇଥିଲେ। ତେବେ ବର୍ତ୍ତମାନ ମହିଳା ଜଣଙ୍କ ଖୋଲା ଆକାଶ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।

ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଘଟଣାର ତୁରନ୍ତ ତଦନ୍ତ କରି କ୍ଷତିଗ୍ରସ୍ତ ବିଧବା ମହିଳାଙ୍କୁ ଜରୁରୀ ଆର୍ଥିକ ସହାୟତା, ରିଲିଫ ସାମଗ୍ରୀ ଏବଂ ସ୍ଥାୟୀ ବାସଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ ସମ୍ମିଳନୀ 

masiha

ମ.ରାମପୁର ରେ ବିଶ୍ଵ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

masiha

ଦୁର୍ଗାପ୍ରସାଦ ନାଏକ ଙ୍କ ଓକିଲ ସଂଘ ରେ ଯୋଗଦାନ

masiha

Leave a Comment

error: Content is protected !!