ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେରଠାରେ ହେବ ହିନ୍ଦ ମଜଦୁର ସଭା ଓଡ଼ିଶା ରାଜ୍ୟ ସମ୍ମିଳନୀ , ଆଇନ ଅନୁଯାୟୀ ରାଜ୍ୟ କମିଟି ଓ କର୍ମକର୍ତ୍ତା ନିର୍ବାଚନ

ତାଳଚେରଠାରେ ହେବ ହିନ୍ଦ ମଜଦୁର ସଭା ଓଡ଼ିଶା ରାଜ୍ୟ ସମ୍ମିଳନୀ , ଆଇନ ଅନୁଯାୟୀ ରାଜ୍ୟ କମିଟି ଓ କର୍ମକର୍ତ୍ତା ନିର୍ବାଚନ

ରାଉରକେଲା : ହିନ୍ଦ ମଜଦୁର ସଭା ଓଡ଼ିଶା ରାଜ୍ୟ ପରିଷଦର ଆଗାମୀ ରାଜ୍ୟ ସମ୍ମିଳନୀ ତାଳଚେରଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ସହିତ ସଭା ର ଓଡ଼ିଶା ରାଜ୍ୟ ପରିଷଦର ନୂତନ ରାଜ୍ୟ କମିଟି ଓ କର୍ମକର୍ତ୍ତାମାନଙ୍କ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ ଗତ ଜୁନ୍ ୭ ତାରିଖରେ ସମ୍ବଲପୁରଠାରେ ସଭାପତି ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକରେ ରାଜ୍ୟ ସମ୍ମିଳନୀ ଆୟୋଜନ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ ନିଷ୍ପତ୍ତି ଅନୁଯାୟୀ ଏବଂ ସଭା ର ଆଇନ ରେ ନିର୍ଦ୍ଧାରିତ ସମସ୍ତ ନିୟମ ଓ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆଧାର କରି ଆଗାମୀ ରାଜ୍ୟ ସମ୍ମିଳନୀ ତଥା ରାଜ୍ୟ କମିଟି ଓ କର୍ମକର୍ତ୍ତା ନିର୍ବାଚନ ସେପ୍ଟେମ୍ବର ୨୬-୨୭ ଦୁଇ ଦିନ ଧରି ତାଳଚେରଠାରେ ଅନୁଷ୍ଠିତ ହେବ।

ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଶିଳ୍ପାଞ୍ଚଳ, ଖଣି, କାରଖାନା ଓ ବିଭିନ୍ନ ପ୍ରତିଷ୍ଠାନରୁ ହିନ୍ଦ ମଜଦୁର ସଭା ସହ ସମ୍ବନ୍ଧିତ ସମସ୍ତ ଟ୍ରେଡ ୟୁନିଅନର ପ୍ରତିନିଧି, କର୍ମକର୍ତ୍ତା ଓ ଶ୍ରମିକ ସାଥୀମାନେ ଯୋଗଦେବେ। ସମ୍ମିଳନୀରେ ଶ୍ରମିକମାନଙ୍କ ବର୍ତ୍ତମାନର ସମସ୍ୟା, ଚାକିରି ସୁରକ୍ଷା, ମଜୁରି, ସାମାଜିକ ସୁରକ୍ଷା, ଠିକା ଶ୍ରମିକଙ୍କ ସମସ୍ୟା, ଶ୍ରମିକ କଲ୍ୟାଣ ଏବଂ ଶ୍ରମିକଙ୍କ ନ୍ୟାଯ୍ୟ ଅଧିକାର ଆଦି ବିଷୟରେ ବ୍ୟାପକ ଆଲୋଚନା କରାଯିବ। ଏଥିସହିତ ରାଜ୍ୟରେ ସଭା ର ସାଙ୍ଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଏବଂ ଶ୍ରମିକ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ କରିବା ପାଇଁ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ। ଏଚଏମଏସ

ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ ସଂଗଠନର ଆଇନ ଅନୁଯାୟୀ ସ୍ୱଚ୍ଛ, ଶୃଙ୍ଖଳିତ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମ୍ପନ୍ନ କରାଯିବ। ସଂଗଠନର ଏକତା, ଶୃଙ୍ଖଳା ଓ ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁଣ୍ଣ ରଖି ସମସ୍ତ ସମ୍ବନ୍ଧିତ ସଂଘର ସକ୍ରିୟ ସହଯୋଗ ଏହି ସମ୍ମିଳନୀକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେବ। ଏହି ପରିପ୍ରେକ୍ଷୀରେ ଏଚଏମଏସ ଓଡ଼ିଶା ରାଜ୍ୟ ପରିଷଦ ସହ ସମ୍ବନ୍ଧିତ ସମସ୍ତ ସଂଘର ସାଥୀ, କର୍ମକର୍ତ୍ତା ଓ ପ୍ରତିନିଧିମାନଙ୍କୁ ରାଜ୍ୟ ସମ୍ମିଳନୀ ଓ ନିର୍ବାଚନ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିବା ସହିତ ଏହାକୁ ସଫଳ କରିବା ପାଇଁ ଏକତାବଦ୍ଧ ଭାବେ ଆଗେଇ ଆସିବାକୁ ଅନୁରୋଧ କରାଯାଇଛି। ତାଳଚେର ଠାରେ ହେବାକୁ ଥିବା ଏହି ରାଜ୍ୟ ସମ୍ମିଳନୀ ଓ ରାଜ୍ୟ କମିଟି ନିର୍ବାଚନ ହିନ୍ଦ ମଜଦୁର ସଭା ଓଡ଼ିଶାର ସାଙ୍ଗଠନିକ ଏକତାକୁ ଆହୁରି ମଜବୁତ କରିବା ସହିତ ଆଗାମୀ ଦିନରେ ଶ୍ରମିକ ସ୍ୱାର୍ଥ ଓ ଅଧିକାର ପାଇଁ ଏକ ଶକ୍ତିଶାଳୀ ଓ ସୁଦୃଢ଼ ଆନ୍ଦୋଳନ ଗଢ଼ି ତୋଳିବ ବୋଲି ଆଶା ପ୍ରକାଶ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କିଶୋରୀ ବାଳିକାଙ୍କ ସଚେତନତାମୂଳକ ତାଲିମ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

masiha

Leave a Comment

error: Content is protected !!