ତୂଳୀତଳ୍ପ
ସୁକାନ୍ତ ଖଣ୍ଡା
ମୋତେ ଶୁଆଇ ଦିଅ ତୂଳୀତଳ୍ପ ଦେଖି
ମୁଁ ସ୍ବପ୍ନ ଦେଖିବି ମୋ ଦେଶ ଆଉ ଭବିଷ୍ଯତ ପାଇଁ।
ମୁଁ ଯବାନ ହେବାକୁ ଚାହେଁ
ମନା ବି କର ନାହିଁ କେହି
ଧରେଇ ଦିଅ ଢାଲ ତରବାରୀ
ବନ୍ଧୁକ ଓ କମାଣ ସାଥି ହୁଅନ୍ତୁ
ଏ ଯୌବନ କାଳରେ।
ମୁଁ ମରିଯିବି,ମରେ?
ଦେଶ ମାତୃକାରେ ଅର୍ଘ୍ଯ
ବାଣ୍ଟାବାକୁ ମୋର ଏ କାଣିଚାଏ ନିଶା।
ମୋତେ ଶୁଆଇ ଦିଅ ତୂଳୀତଳ୍ପ ଦେଖି
ଘଣ୍ଟାଏ ସ୍ବପ୍ନରେ ଚହଲିଯାଏ
କେଉଁ ଦୂର ଦେଶକୁ
ଯେଉଁଠି କିଚିରି ମିଚିରି ପକ୍ଷୀଙ୍କ କାକଳି
ସୂର୍ଯ୍ଯଙ୍କର ଦେଶ ଆଉ
ଚହଲି ଉଠୁଥିବା ତେଜର ବୁରୁଜ।
ମୋତେ ଶୁଆଇ ଦିଅ ତୂଳୀତଳ୍ପ ଦେଖି
ପହଁରି ଯାଏ ଘଡି଼ଏ ସମୁଦ୍ର ସେପଟେ
ଯେଉଁଠୁ ବୋହି ଆଣିବି ଧନରତ୍ନ
ମୋର ଏ ଭାଇ,ବନ୍ଧୁ ଓ କୁଟୁମ୍ବଙ୍କ ପାଇଁ।
ମୋତେ ଶୁଆଇ ଦିଅ ତୂଳୀତଳ୍ପ ଦେଖି
ଯେଉଁଠି ଭରପୂର ଆନନ୍ଦ ହିଁ ଆନନ୍ଦ
ନ ଥିବେ ପୁତ୍ର,କନ୍ଯା,ପତ୍ନୀ ଓ ପରିବାର
କେବଳ ମୁଁ ଓ ଈଶ୍ବର
ଖେଳିବୁ ଆନନ୍ଦେ ବିଭୋର
ସୁନାମିଛ ଓ ହୀରାର ବେଙ୍ଗୁଲୀ ପରି।
ମୋତେ ଶୁଆଇ ଦିଅ ତୂଳୀତଳ୍ପ ଦେଖି।