ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ନର୍ଲା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ନର୍ଲା: ପଞ୍ଚାୟତ ହାଇସ୍କୁଲ, ସରିଆଁ ଠାରେ ନର୍ଲା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି ସଂରକ୍ଷଣ ମେଳା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ୮୮ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। 

ଉଦ୍‌ଘାଟନୀ ସମାରୋହରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମୁଖ୍ୟ ଅତିଥି ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ର ଶେଖର ଶବର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ସମାରୋହରେ ଏବିଇଓ ଗୋବର୍ଦ୍ଧନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ମନୋଭାବ, ଅନୁସନ୍ଧାନୀ ପ୍ରବୃତ୍ତି ଓ ନବସୃଜନକୁ ପ୍ରଶଂସା କରିଥିଲେ।

ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ବିଜ୍ଞାନ ଶିକ୍ଷକ ସମୀର କୁମାର ବେହେରା, ସୁରେନ୍ଦ୍ର ପଟ୍ଟନାୟକ, ଶ୍ୟାମସୁନ୍ଦର ପଣ୍ଡା, ତରୁଣ କାନ୍ତ ମିଶ୍ର, ଅଭୟ ଦେବତା, ପରମାନନ୍ଦ ଛୁଆଳସିଂହ, ସୁରେଶ ସାହୁ ଓ ସଞ୍ଜୟ ଦାଶ କରିଥିଲେ। ଏହି ଅବସରରେ ଏକ ବିଜ୍ଞାନ କୁଇଜ୍ ମଧ୍ୟ ଆୟୋଜିତ ହୋଇଥିଲା । 

ପଞ୍ଚାୟତ ହାଇସ୍କୁଲ, ସରିଆର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଶତପଥୀ ଆୟୋଜକ ସଂପାଦକ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ସାଧୁରାମ ଭୋଇ, ଗଙ୍ଗାନାରାୟଣ ଦାଶ, କୈଳାସ ଭୋଇ ଓ ଫିରୋଜ ପଧାନ ପ୍ରମୁଖ ସହଯୋଗ କରିଥିଲେ। ନର୍ଲା ବ୍ଲକ ବିଜ୍ଞାନ ମଞ୍ଚର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ପ୍ରଫେସନାଲ ଫୋଟୋଗ୍ରାଫର ସଙ୍ଘ ର ଚିତ୍ର ଉତ୍ତୋଳନ ପ୍ରଶିକ୍ଷଣ ଶିବିର

Sunil Chandra Nayak

ସାବେତ୍ରୀ ବାଇ ଫୁଲେ ଜୟନ୍ତୀ ପାଇଁ ଜୁନାଗଡ଼ ରେ ପ୍ରସ୍ତୁତି ବୈଠକ 

masiha

ନାଡୁଙ୍କ ପରିବାରକୁ ଆବାସ ଘର ମିଳିବ କେବେ ?

masiha

Leave a Comment

error: Content is protected !!