ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରହିଣୀ

          ବିରହିଣୀ

ରାଗ (ମୁଖାରୀ, ତାଳ -ଆଠତାଳ )

 

   ଚାରୁ ଚନ୍ଦ୍ରାନନୀରେ,

     ବିରସରେ ବିରହିଣୀରେ

ବସି ବିରହରେ ଯମୁନା କୂଳରେ

  ଚଳାପାଙ୍ଗୀ ସୌଦାମିନୀରେ (0)

ବସନ୍ତ କାଳରେ

ମୃଦୁ ମଳୟରେ

ରାଧାରାଣୀ ଏକାକିନୀରେ

ବିଳସୁ କାହାରେ

ରାଧିକା ଗୋରୀରେ

କେନେଲା ତୋ ମନକିଣୀରେ|1|

ବାମାଙ୍ଗୀ ବିମନେ

ବିମର୍ଶ ତୋମନେ

ଅବିଶ୍ୱାସ ଗଲାଜିଣୀରେ

ବିରୋଧ ହେଲାକି

ନିକୁଞ୍ଜ କାନନ

ଆଜପ୍ରେମଶୋହାଗିନୀରେ |2|

ବିଶ୍ୱାସରେ ଗୋରୀ

ବିଳସୁ କାହିକି

ମନମୀନକୁ ତୁଭିଣୀରେ

ବିଶ୍ୱାସରେ ରାଧା

ପାଦଦେଲୁ ଅଧା

ଜହ୍ନରାତି ନିଶିଥିନିରେ |3|

ବିରହିଣୀ ଦର୍ପ

ବିଦ୍ଧକଲା ହୃଦ

ବିରହେ ଜଳିଲା ଧନୀରେ

ବିରହେ ରହିଲୁ

ବୋଲେବିଦ୍ୟାଧର

ତୋହୃଦୟ ପ୍ରୀତିଖଣିରେ |4|

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା ,ହରିଚନ୍ଦନପୁର, କେନ୍ଦୁଝର.

 

Related posts

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରୋଜି ମିଶ୍ର ଙ୍କ କବିତା ତୋତେ ତୁହି ରକ୍ଷାକର 

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ବଡପଳଶା ଜାହେରା ଗାଳରେ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!