ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ଚପଳା

  ଚପଳା

     ଅନ୍ନପୂର୍ଣ୍ଣା ସାହୁ

     
ନାରୀ ସିମନ୍ତିନୀ, ଚପଳା ଛନ୍ଦିନୀ
     ରୂପତାର ମନ୍ଦାକିନୀ।
ଚତୁରତା ତାର ନୁହେଁ ନିମ୍ନଗାମୀ
    ସେ ତ ଚପଳା ଚାନ୍ଦିନୀ।
ଦେହତା ଚଞ୍ଚଳା ଚତୁରମାମିନୀ
    ମନ ତାର ଅଭିମାନିନୀ।
ଚପଳା ଛନ୍ଦା ସେ ଅଳକାନନ୍ଦା
   ଭାବପ୍ରବଣିଣୀ ସେ ମୋହିନୀ।
ପ୍ରେମ ପ୍ରଣୟରେ ମନ ଜିଣିନିଏ 
   ନାରୀ ଶକ୍ତି ସ୍ବରୂପିଣୀ।
ଚପଳତାରେ ସେ ସଭିଙ୍କୁ ମୋହଇ
   ସେତ ପୁରୁଷର ଅର୍ଦ୍ଧାଙ୍ଗିନୀ।
ମମତାରେ ସିଏ ସଭିଙ୍କଠୁ ବଳେ
    ସିଏ ସୁଖ ପ୍ରଦାୟିନୀ।
ବିପଦ ପଡିଲେ ଛିଡାହୁଏ ସିଏ
   ସାଜି ଦୁର୍ଗା କିବା ନାରାୟୀଣୀ।
ଚତୁରତା ତାର ଅଙ୍ଗେ ଅଙ୍ଗେ ଭରା
     ସିଏ ଦୁଃଖ ସଂହାରିଣୀ।
ଚପଲତାରେ ସଭିଙ୍କୁ ମୋହଇ
     ନ ସରେ ତା ରୂପ ବଖାଣୀ।

          ଭୁବନପୁର, ବାଲିଅନ୍ତା

Related posts

ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

ଭୁବନେଶ୍ବରରେ ବ୍ୟାଟେରି ଚାଲିତ ‘ମୋ ବସ୍‌’ ଏବଂ ‘ଅଟୋ ରିକ୍ସା’ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!