ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିଛିଦିନ ବ୍ୟବଧାନ ରେ ଦେଖିବାକୁ ମିଳିଛି  ମାଓ  ବେନର 

   ରାଇଘର : ୯/୮ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ ର ହଳଦୀ ପଂଚାୟତ ର ମନୀଷା ପାରା ଓ ମିରିଝିରି ଗ୍ରାମ  ମଝି ରେ ଥିବା ମକା ଜମିରେ ଫୁଣି ମାଓ ବେନର  ଦେଖିବାକୁ ମିଳିଛି।  ରାଇଘର ବ୍ଲକ ଏକ ଆଦିବାସୀ ଅଧୁଷିତ୍ୟ ଅଂଚଳ ହୋଇ ଥିବାରୁ ଏଠାରେ ୬୦ %  ଅଧିକ ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ବସତି କରୁଛନ୍ତି | ଏମାନେ ବହୁତ ନମ୍ର ଓ ଗରିବ ଶ୍ରେଣୀ ର ହୋଇ ଥିବାରୁ ସରକାର ଙ୍କ ଯୋଜନା ଅଂଚଳକୁ ପୋହଁଚିବା ବହୁ କଷ୍ଟ ହେବା ସହ  ଅଣଦେଖା କରୁଥିବା ଜଣାପଡ଼ିଛି ଏହି କାରଣରୁ    ଅଗଷ୍ଟ ନଅ ତାରିଖ ବିଶ୍ୱ ଆଦିବାସୀ ଦିବସ ହୋଇଥିବାରୁ ଉକ୍ତ ପୋଷ୍ଟର ରେ ମାଓବାଦୀ ମାନେ ଉଲେଖ କରିଛନ୍ତି ସମସ୍ତେ ଆଦିବାସୀ ଭାଇ ଓ ଭଉଣୀ ମାନେ ଏହି ଦିବସକୁ ଆଡମ୍ବର ସହ ପାଳନ କରନ୍ତୁ, ଜଳ ଜଙ୍ଗଲ ଜମି ଓ ନିଜର ଅସ୍ତିତ୍ବ୍  କୁ ବଞ୍ଚାଇ ଘରେ ଘରେ ସମସ୍ତେ ସାଂସ୍କୃତିକ ପର୍ବ ପାଳନ କରି ଖୁସିର ଲହରୀ ବାଟନ୍ତୁ |   ଛତିଶଗଡ଼ ଉଦନ୍ତୀ ମାଓବାଦୀ ସଂଗଠନ ତଥା ଭାରତୀୟ କାମ୍ୟୁନିଷ୍ଟ ମାଓ ବାଦୀ  ପାର୍ଟି ତରଫରୁ   ଏହି ଚେତାବନୀ ଦିଆଯାଇଛି ବୋଲି ପୋଷ୍ଟର ରେ ଉଲେଖ ହୋଇଥିବା ବେଳେ ଦିନ ବାରଟା ପର୍ଯ୍ୟନ୍ତ ପୋଷ୍ଟର ମକା ଜମି ପାର୍ଶରେ ଲାଗି ରହି ଥିବା ବେଳେ ପ୍ରଶାସନ ନିକଟରେ କୌଣସି ଖବର ନଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ମାମି ପାତ୍ର ଙ୍କ କବିତା ସମବେଦନାର ଭାବ

Sunil Chandra Nayak

ବଳରାମ ପାନ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଧର୍ମଗଡ଼କୁ ହରାଇ ମାଟି ଗାଁ ଚମ୍ପିୟାନ

Sunil Chandra Nayak

ରାଇରଙ୍ଗପୁରରେ’ ସମାଜ’ ତରଫରୁ ୯୪ ତମ ଶ୍ରାଦ୍ଧ ଦିବସ ପାଳନ ସହ ରକ୍ତଦାନ ଶିବିର ଆୟୋଜନ

Sunil Chandra Nayak

Leave a Comment

error: Content is protected !!