ପଞ୍ଚାୟତ କାର୍ଯ୍ଯ ନିର୍ବାହୀ କୋଭିଡ୍-୧୯ ନିୟମ କୁ ଉଲଙ୍ଘନ କରି ବାର୍ଦ୍ଧକ୍ଯ ଭତ୍ତା ବଣ୍ଟନ ଓ ମନମୁଖି କାର୍ଯ୍ଯ ନେଇ ଅଭିଯୋଗ
ମୋହନଗିରୀ:- ମ.ସି.ହା:- ମହାମାରୀ କୋଭିଡ୍ ୧୯ – ନିୟମ ନେଇ ରାଜ୍ୟ ସରକାର ସବୁବେଳେ ଜନ ସମାବେଶ ନ ହେବା ପାଇଁ ସତର୍କ କରୁ ଥିବାବେଳେ ମୋହନଗିରୀ ପଞ୍ଚାୟତ ଠାରେ କାର୍ଯ୍ଯ ନିର୍ବାହୀ ଅଧିକାରୀ ଭର୍ତ୍ତା ପାଇବା ସହ ବୁଢା ବୁଢି ଙ୍କୁ ୭/୮ କିଲୋମିଟର ରାସ୍ତାରୁ ଡକାଇ ପଞ୍ଚାୟତ ରେ ଭିଡ କରୁଥିବା ସର୍ବ ସାଧାରଣ ରେ ଅଭିଯୋଗ କରୁଛନ୍ତି।
ଏତତ୍ ବ୍ଯତିତ ସରକାର ପ୍ରତି ମାସର ୧୫ ତାରିଖରେ ଭତ୍ତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ହେଲେ ଏହାକୁ ଅବମାନନା କରି କାର୍ଯ୍ଯ ନିର୍ବାହୀ ଅଧିକାରୀ ଜଣକ ମନମୁଖି କାର୍ଯ୍ଯ କରୁଛନ୍ତି। ଏମିତି କି ଗରିବ ହିତାଧିକାରୀଙ୍କୁ ବାରମ୍ବାର ସେମାନଙ୍କ ଠାରୁ ଆଧାର କାର୍ଡ ଓ ବ୍ଯାଙ୍କ ପାସବୁକ୍ ମାଗିବା ଗୋଟିଏ ପ୍ରକାର ଅଭ୍ଯାସରେ ପରିଣତ କରିଛନ୍ତି।ଏହା ଫଳରେ ଗରିବ ହିତାଧିକାରୀଙ୍କ ଆର୍ଥିକ ଓ ମାନସିକ ଚାପ ରହିବା ସମ୍ଭାବନା ରହୁଛି ଗରିବ ହିତାଧିକାରୀ ବାରମ୍ବାର ଜେରକ୍ସ କରିବା ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ରହୁଛି। ଏମିତି କି ସେମାନେ ଦୂରକୁ ଯାଇ ଜେରକ୍ସ କରିବା ପାଇଁ ସାହାସ କରିପାରୁ ନାହାଁନ୍ତି। ଏହି ଭଳି ଜେରକ୍ସ କରିବା ନେଇ ଗତ ୨୪ ତାରିଖ ଦିନ ସରବେଡା ଗ୍ରାମରୁ ୭ କିଲୋମିଟର ମୋହନଗିରୀ ଦୂରତା ଉଷା ଦେଇ ନାଗ୍ ପି,ଜୀବର ଧନ ନାଗ ଆଜକୁ ପ୍ରାୟ ୧୦ ବର୍ଷ ହେବ ଖଟରେ ଶୟନ ଅବସ୍ଥାରେ ଭର୍ତ୍ତା ପାଉଥିବା ବ୍ଯକ୍ତି କୁ ତୋର ଆଧାର କାର୍ଡ ନାହିଁ ଭର୍ତ୍ତା ମିଳିବ ନାହିଁ, କହି ବିଭିନ୍ନ ପ୍ରକାରେ ହଇରାଣ କରୁଥିବା ପ୍ରକାଶ କରିଛନ୍ତି। ଉଷା ଦେଇ ନାଗ ଓ ପରିବାର ସଦସ୍ୟ ଏହି ବିଷୟକୁ ନେଇ କାର୍ଯ୍ଯ ନିର୍ବାହୀ ଅଧିକାରୀ ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେଣୁ ସ୍ବତନ୍ତ୍ର ଭାବରେ ଜିଲ୍ଲାପାଳ ଏହା ଉପରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି।
ମୋହନଗିରୀ ରୁ ସୁଭାଷ ଚନ୍ଦ୍ର ମନହିରା ଙ୍କ ରିପୋର୍ଟ