ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା // ଆସିଛି ଜାଗର ପୂଜିବି ଶଙ୍କର

 ଆସିଛି ଜାଗର ପୂଜିବି ଶଙ୍କର

ହେ କୈଳାସପତି ପାରବତୀ ପତି
ଘେନ ପ୍ରଣତି ମୋହର,
ସତ୍ୟମ ଶିବମ ସୁନ୍ଦରମ ତୁମେ 
ତୁମେ ଦୟାର ସାଗର ।
ଡମ୍ଭୁରଧର ହେ ଲଙ୍ଗଳେଶ୍ବର ହେ
ପ୍ରଭୁ ତ୍ରିନୟନ ଧାରୀ,
ଜଟାର ଯାହାର ଚନ୍ଦ୍ର ସୁଶୋଭିତ 
ଅହି ଯାର ଗଳା ମାଳି।
ଶ୍ମଶାନ ନିବାସୀ ନୀଳ କଣ୍ଠେଶ୍ୱର 
ବିଭୂତି ବୋଳା ଶରୀର,
ଆରଡ଼ିଶ୍ଵର ହେ ପ୍ରଭୁ ବାବାମଣି 
ତୁମେତ ଭୋଳା ଶଙ୍କର।
ତୁମେ ହିଁ ସତ୍ୟ ତୁମେ ମହାଦେବ 
ତୁମେହିଁ ଶିବ ସୁନ୍ଦର,
ତ୍ରିଭୁବନମିତ୍ର ଆହେ ଗଙ୍ଗାଧର 
ଦିଅ ତପେ, କୋପେ, ବର ।
ଆସିଛି ଜାଗର ଆହେ ନାଗେଶ୍ଵର 
ପୂଜିବେ ଯାଇ ମନ୍ଦିର,
ବେଲପତ୍ର ଆଉ ଅରଖ ଫୁଲରେ 
ଗୁନ୍ଥିକି ସୁନ୍ଦର ହାର । 
ହେ ଦୟାସାଗର ପ୍ରଭୁ ମୃତ୍ୟୁଞ୍ଜୟ 
ଆଶୁତୋଷ ନାମ ବହୀ,
ସଦବୁଦ୍ଧି ଦିଅ ସଭିଙ୍କୁ ତ୍ରିନାଥ 
ଶାନ୍ତି ଲଭୁ ଏହି ମହି ।

ଅଚ୍ୟୁତାନନ୍ଦ ଧଳ

ଶାସନ ଖାସ୍ , ତିହିଡ଼ି , ଭଦ୍ରକ

Related posts

ଲକ୍ଷ୍ମୀ ବଗର୍ତ୍ତୀ ଙ୍କ କବିତା = କୃଷ୍ଣ ଚୁଡ଼ା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ଅବୁଝା ରାଈ

Sunil Chandra Nayak

ସ୍ୱାଗତିକା ସାହୁ ଙ୍କ କବିତା l l ନୂଆ ବରଷ l l

Sunil Chandra Nayak

Leave a Comment

error: Content is protected !!