ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ରେ ମୃତକ ଙ୍କ ନାମରେ ପଡିଛି ଭୋଟ !

ବିଡିଓ ଙ୍କ ଦ୍ବାରସ୍ଥ ହେଲେ ଦୁଇ ସରପଞ୍ଚ ପ୍ରାର୍ଥୀ

ଧର୍ମଗଡ଼ ବ୍ଲକ ରେ ଫଲ୍ସ ଭୋଟିଂ ଅଭିଯୋଗ 

ଧର୍ମଗଡ– ୨୩/୨/୨୨କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ରେ ମୃତକ ଙ୍କ ନାମରେ ଫଲ୍ସ ଭୋଟିଂ କରା ଯାଇଥିବା ଅଭିଯୋଗ ହୋଇଛି । ଆଜି ଏହିଭଳି ଦୁଇଟି ଅଭିଯୋଗ ଧର୍ମଗଡ ବିଡିଓ ତଥା ନିର୍ବାଚନୀ ଅଧିକାରୀ ଙ୍କ ନିକଟରେ ଦାଖଲ ହୋଇଥିବା ବେଳେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବୀ କରାଯାଇଛି ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପରିପେଖି ରେ ତୃତୀୟ ପର୍ଯ୍ୟାୟ ଭୋଟ ଧର୍ମଗଡ ବ୍ଲକ ରେ ଗତ ୨୦ ତାରିଖ ରେ ଦିନ ଭୋଟ ଗ୍ରହଣ କରା ଯାଇଥିବା ବେଳେ ଭୋଟ ଗ୍ରହଣ ର ୩ ଦିନ ପରେ ଫଲ୍ସ ଭୋଟିଂ ହୋଇଥିବ ନେଇ ଗୁରୁତର ଅଭିଯୋଗ ହୋଇଛି । ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ର ଥନଟ ଗ୍ରାମ ରେ ଥିବା ୱାର୍ଡ ନଂ-୮,୯,୧୦ ଓ ୧୧ ରେ ମୃତକ ଙ୍କ ନାମରେ ଅନ୍ୟ କେହି ଫଲ୍ସ ଭୋଟିଂ କରିଥିବା ସରପଞ୍ଚ ପ୍ରାର୍ଥୀ ଥିବା ଡାକେଶ୍ୱର ଲହଜଲ୍ ଓ ଉତ୍ତମ କୁମାର ପାତ୍ର ଲିଖିତ ଭାବେ ଧର୍ମଗଡ ବିଡ଼ିଓ ଙ୍କ ନିକଟ ରେ ଦାଖଲ କରିଛନ୍ତି । ଉଦାହରଣ ଭାବେ ୱାର୍ଡ ନଂ-୧୦ ରେ ମୋଟ ଭୋଟର ସଂଖ୍ୟା ୧୯୫ ରହିଥିବା ବେଳେ ଏଠାରେ ୧୯୪ ଜଣ ଭୋଟର ଭୋଟ ଦେଇଛନ୍ତି । ତେବେ ଏହି ୱାର୍ଡ ର ୩ ଜଣ ଭୋଟର କାଦେଲ ନାଏକ ପି: ହଳଧର ନାଏକ, ଭଗତ ମଶ୍ରା ପି:ଅଙ୍ଗଦ ମଶ୍ରା, ଏବଂ ଯୋଗେନ୍ଦ୍ର ମଶ୍ରା ପି:ପ୍ରହଲ୍ଲାଦ ମଶ୍ରା ଙ୍କ ମୃତ୍ୟୁ ହୋଇ ସାରିଛି । ତିନିଜଣ ଭୋଟର ଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ସେମାନଙ୍କ ନାମ ରେ ଅନ୍ୟ କେହି ଭୋଟ ଦେଇଥିବାରୁ ଭୋଟ ପୁଲିଙ୍ଗ ସଂଖ୍ୟା ୧୯୪ ହେଉଛି । ମୃତ ବ୍ୟକ୍ତି ଙ୍କ ନାମରେ ଅନ୍ୟ କେହି ଫଲ୍ସ ଭୋଟ ଦେଇଥିବା ଏଥିରୁ ସ୍ପଷ୍ଟ ହେଉଛି ତେଣୁ ଏହି ନିର୍ବାଚନ କୁ ଅସିଦ୍ଧ ଘୋଷଣା କରାଯିବା ସହ ସାନି ମତଦାନ କରାଯିବା ପାଇଁ ଦାବୀ କରା ଯାଇଛି । ଅଭିଯୋଗ ଅନୁସାରେ ଥନଟ ଗ୍ରାମ ର ୱାର୍ଡ଼ ନଂ-୯ ରେ କ୍ରମିକ ସଂଖ୍ୟା ୧୩ ରେ ଦୁକାଲୁ ନାଏକ ପି:ଯମୁନା ନାଏକ, କ୍ରମିକ ସଂଖ୍ୟା-୭୩ ରେ ଖିରସିନ୍ଧୁ ନାଏକ ପି:ବଳଦେବ ନାଏକ, କ୍ରମିକ ସଂଖ୍ୟା ୧୬୫ ରେ ଟୁନୁ ମାଳି ପି: ଗଜ ମାଳି, କ୍ରମିକ ସଂଖ୍ୟା-୩୫୭ ପୋଟେସ ନାଏକ ପି: ଜଗଦୀଶ ନାଏକ ମଧ୍ୟ ମୃତ୍ୟୁ ବରଣ କରି ଛନ୍ତି । ସେହି ପରି ୱାର୍ଡ଼ ନଂ-୧୧ ରେ ମଧ୍ୟ ୨ ଜଣ ଭୋଟର ଙ୍କ ମୃତ୍ୟୁ ହୋଇ ସାରିଛି ସେମାନେ ହେଲେ ହାର ତାଣ୍ଡି ସ୍ୱା: ଅରକ୍ଷିତ ତାଣ୍ଡି ଏଵଂ ରାମେଶ୍ବର ସୁନାନୀ ପି: ଲକ୍ଷ୍ମୀ ଧର ସୁନାନୀ । ତେବେ ଉପରୋକ୍ତ ମୃତ ବ୍ୟକ୍ତି ଙ୍କ ନାମରେ ମଧ୍ୟ ଭୋଟ ପଡ଼ି ଥିବା ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନପାରେ ବୋଲି ପ୍ରାର୍ଥୀ ଦ୍ବୟ ଅଭିଯୋଗ କରିଛନ୍ତି । ଏ ସମ୍ପର୍କ ରେ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ ଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗ ହସ୍ତଗତ ହୋଇଛି ଏଵଂ ନିର୍ବାଚନ ନିୟମ କୁ ଅନୁସରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ପଦ ପାଇଁ ମୋଟ ୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏଠାରେ ମୋଟ ଭୋଟର ସଂଖ୍ୟା ୪୭୦୬ ରହିଥିବା ବେଳେ ୩୯୪୪ ଜଣ ଭୋଟର ଭୋଟ ଦେଇଛନ୍ତି ।  ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ବାରାହ ଫାସରେ ଫସି ମୃତ୍ୟୁବରଣ କରିଥିବା ଯମୁନା ଜାନୀଙ୍କ ପରିବାର କୁ ୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ

ବିଶୋଇ ଥାନା! ପେଟ୍ରୋଲ ପମ୍ପ ନିକଟରେ ଟ୍ରଲର ଧକ୍କାରେ ହେଲପର ମୃତ୍ୟୁ 

Sunil Chandra Nayak

ରୋଜାଲିନ ବେହେରା ଙ୍କ ଗଲ୍ପ ମୌନ ଯେବେ ମୁଖରିତ ହୁଏ

Sunil Chandra Nayak

Leave a Comment

error: Content is protected !!