ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ବିକାରଗସ୍ତ ଯୁବକର ଗଳିତ ମୃତ ଦେହ କୂଅରୁ ଉଦ୍ଧାର

ଚନ୍ଦାହାଣ୍ଡି-୨୧/୪(ମ ନି ସ ), ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକି ପଞ୍ଚାୟତ ଅନ୍ତର୍ଗତ ଭତ୍ତାଝର ଗ୍ରାମର ମନୋହର ଭାଟିଙ୍କ ଚାଷ ଜମିରେ ଥିବା କୂଅରୁ ଜଣେ ମାନସିକ ବିକାରଗସ୍ତ ଯୁବକର ଗଳିତ ମୃତ ଦେହ ପୋଲିସ ଉଦ୍ଧାର କରିଛି | ମୃତ ଯୁବକ ଜଣକ ଝରୀଗାଁ ଥାନା ଅଧୀନ ଆମାମୁଣ୍ଡା ଗ୍ରାମର ଦୁର୍ଯ୍ୟ ସାନ୍ତାଙ୍କ ପୁଅ ଶଙ୍କର ସାନ୍ତା(୧୮) ବୋଲି ଜଣାପଡିଛି | ସୂଚନାମୁତାବକ ମୃତ ଶଙ୍କର କିଛିମାସ ଧରି ମାନସିକ ଭାରସାମ୍ୟ ହରାଇ ଚନ୍ଦାହାଣ୍ଡି ଅଞ୍ଚଳରେ ନିବସ୍ତ୍ର ହୋଇ ଘୁରି ବୁଲୁଥିଲେ | ତେବେ ଆଜି ଭତ୍ତାଝର ଗ୍ରାମର ଜୈନିକ ବ୍ୟକ୍ତି ଶୌଚ ପାଇଁ କୂଅ ପାଖକୁ ଯାଇ କୂଅରେ ମୃତ ଦେହ ଭାସୁଥିବା ଦେଖି କୂଅ ତଥା ଜମି ମାଲିକ ମନୋହରଙ୍କୁ ସୂଚନା ଦେଇଥିଲେ | ମନୋହର ଏ ସମ୍ବନ୍ଧରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶକ୍ରମେ ଏସଆଇ ଶିବପ୍ରସାଦ ମହାନ୍ତି ପୋଲିସ ଦଳ ସହ ଓ ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ମୃତ ଦେହ ଚିହ୍ନଟ କରି ଶବ ବ୍ୟବଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସେଠାରେ ଶବ ବ୍ୟବଛେଦ ପରେ ପରିବାର ବର୍ଗକୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି | ତେବେ ମୃତ ଶଙ୍କର ଅଜାଣତରେ ଯାଇ ୫/୬ ଦିନ ପୂର୍ବରୁ ଚାଷ ଜମିରେ ଥିବା ଏହି କୂଅରେ ପଡି ମୃତ୍ୟୁ ବରଣ କରିଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଥାନାରେ କେସ ନଂ ୯/୨୩ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି |

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ନାଟ୍ୟକାର ସମାଜସେବୀ ନୃସିଂହ ଚରଣ ଦାସଙ୍କ ଶ୍ରାଦ୍ଧ ଉତ୍ସବ 

Sunil Chandra Nayak

କୁସୁମି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

masiha

ରାଜ୍ୟପାଳଙ୍କ ଦ୍ଵାରା ‘ତମିସ୍ରାର ନୀଳଜହ୍ନ’ ଓ ‘ଶର ଶଯ୍ୟା’ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!