ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ ଓ ରାଜ୍ୟପାଳଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ 

ମ.ରାମାପୁର,୨୪/୦୪ (ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ର ହିନ୍ଦୁ ସମାଜ ପକ୍ଷରୁ ଆଜି ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ଏହି ଶୋଭାଯାତ୍ରା ହିନ୍ଦୁ ସମାଜ ର ସଂଯୋଜକ ପଦ୍ମଲୋଚନ ମିଶ୍ର ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ଠାରେ ଗତ ହନୁମାନ ଜୟନ୍ତୀ ପାଳନ ର ଶୋଭାଯାତ୍ରା ସମୟରେ ହିନ୍ଦୁ ସମାଜ ଉପରେ ହୋଇଥିବା ବର୍ବର ଆକ୍ରମଣ ର ବିରୁଦ୍ଧରେ ପ୍ରତିବାଦ କରି ରାଜ୍ୟ ପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ସ୍ଥାନୀୟ ବିଡିଓଙ୍କୁ ପ୍ରଦାନ କରା ଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମ.ରାମପୁର ବ୍ଲକ ସାଂସଦ ପ୍ରତିନିଧି ଖୁସି ରାମ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀକାନ୍ତ ହୋତା, ନର୍ଲା ବ୍ଲକ ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ୍ତ କୁମାର ନାଏକ, ମୋହନ୍ ଗିରି ପଞ୍ଚାୟତ ର ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ବାଳ,ବିଜୟ କୁମାର ମହାକୁଡ଼,ପ୍ରତାପ ଚନ୍ଦ୍ର ରଣା, ଦିବାକର ବାଗ,ମଳୟ କୁମାର ତ୍ରିପାଠୀ,ରାଜୁ ମାଝୀ, ପଣ୍ଡକାମାଳ ପଞ୍ଚାୟତ ର ପୂର୍ବତନ ସରପଂଚ କାମ ଦେବ ସାହୁ ,ମୋହନ ମନହିରା, ଅମିତ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲା ରାମଦୋଳି ଯୁବକ ସଂଘ

Sunil Chandra Nayak

ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡ଼ର) ପକ୍ଷରୁ ବିଭିନ୍ନ ଦାବି ସମାଧାନ ନେଇ ବିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

masiha

ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ସ୍ଵାଗତ ଓ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!