ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବଳିକାକୁ ପ୍ରେମ ପ୍ରତାରଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

କୋକସରା,୨୭/୦୭// ଜଣେ ନାବଳିକାକୁ ପ୍ରେମ ଜାଲରେ ଫସାଇ ଅପହରଣ କରି ନିଜ ଘରେ ରଖିବା ପରେ ପରିବାର ଅଭିଯୋଗ କ୍ରମେ ଅଭିଯୁକ୍ତ ଯୁବକକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି କୋକସରା ପୋଲିସ। ସୂଚନା ମତେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଯୁବକ ମାନଧର ସୁନାନୀ(୨୫) ନିଜ ଗାଁ ର ଜଣେ ନାବଳିକାକୁ ପ୍ରେମ ନିବେଦନ କରି ଗତ ମଙ୍ଗଳବାର ରାତିରେ ଅପହରଣ କରି ନିଜ ଘରେ ନେଇ ରଖିଥିବା ଖବର ପରିବାର ଲୋକେ ଜାଣି କୋକସରା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଯୁବକକୁ ଗିରଫ କରି ଥାନାକୁ ଆଣି ଅଟକ ରଖିଥିଲେ। ଏନେଇ ନାବାଳିକାଙ୍କ ମା କୋକସରା ଥାନାରେ ଲିଖିତ ଅଭିଯୋଗ ପରେ ଗୁରୁବାର ଯୁବକକୁ ଡାକ୍ତରୀ ମାଇନା ପରେ ପୋସ୍କୋ ଧାରାରେ ଗିରଫ କରାଯାଇ କୋକସରା ଥାନା କେଶ ନମ୍ବର ୧୯୬/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ କୋକସରା ପୋଲିସ ପକ୍ଷରୁ ସୂଚନା ମିଳିଛି।

ମସିହା ନିୟୁଜ ସର୍ଭିସ୍ 

Related posts

ମୋବାଇଲ ଦୋକାନ ରେ ଚୋରି, ସିସିଟିଭି ଫୁଟେଜରେ କଏଦ୍ ହେଲା ଚୋରର ଗତିବିଧି

ଆଶାକର୍ମୀ ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ତଦନ୍ତ ରେ ଅସନ୍ତୋଷ ପ୍ରକାଶ କରି ସଙ୍ଘ ପକ୍ଷରୁ ଥାନା ର ଦ୍ୱାରସ୍ଥ

masiha

ଖଡ଼ିଆଳ ପୋଲିସକୁ ବଡ଼ ସଫଳତା

Sunil Chandra Nayak

Leave a Comment

error: Content is protected !!