ନୂଆପଡ଼ା: ନୂଆପଡା ସଦର ଥାନା ପୁଲିସ ଗୋଡ଼ଫୁଲ ଓ ସାଲିହା ମଧ୍ୟସ୍ଥ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ୫୮ ହଜାର ୫୧୦ ଟଙ୍କା ଜବତ କରିଛି। ଏହି ଜଙ୍ଗଳରେ ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବା କୌଣସି ସୂତ୍ରରୁ ଖବର ପାଇଥିଲା ନୂଆପଡା ପୋଲିସ । ପରେ ସଦର ଥାନା ଅଧିକାରୀ ନିର୍ମଳ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବିନୋଦ ସେଠୀଙ୍କ ନେତୃତ୍ୱରେ ଏକ ଟିମ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରେ ଟିମ ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା। ସେମାନ ହେଲେ ନୂଆପଡ଼ାର ମହମ୍ମଦ ୱାସିମ(୨୩), ସିରତାଲର ଟୁନୁ ରାଣା (୨୨),ହଂସପୁରୀର ଓମକାର ସାହୁ(୩୬), ଜୋଙ୍କ ଥାନା ମୁଢ଼େଲା ଗାଁ’ର ଗନି ହରିଜନ (୭୦), ସିରତାଲର ଗଙ୍ଗାଧର ରଣା (୩୧), ତେଲିପଡ଼ାର ବିରୁ ମହାନନ୍ଦ(୨୫), ମନ୍ଦିରପଡ଼ାର ହେମନ୍ତ ରାଉତ (୨୮), ଧାମନପୁରୀ ପୁନୋଉଲାଲ ସାହୁ(୨୯), ମହୁଳଭଗର ମହମ୍ମଦ ସିରାଜ(୩୨), ତେଲିପଡାର ଗୁଡୁ ବାରିକ (୨୨)। ଏଥିସହ ଉକ୍ତ ଟିମ୍ ସେମାନଙ୍କ ଠାରୁ ନଗଦ ଟଙ୍କା ସହ ୯ଟି ବାଇକ ଓ ୧୦ଟି ମୋବାଇଲ ଫୋନ ଜବତ କରିଥିଲା। ଗିରଫ ପରେ ସମସ୍ତଙ୍କୁ ଥାନାକୁ ଅଣାଯାଇଥିଲା। ଏନେଇ ପୁଲିସ ଏକ ମାମଲା ରଜ କରି ୧୧ ଜଣ ଜୁଆଡ଼ିଙ୍କୁ ୪୧ ସିଆରପିସି ନୋଟିସ ଦେଇ ଛଡାଯିବ ବୋଳି ଥାନା ଅଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post