ଭବାନିପାଟଣା -: (ମ ନି ସ) ତା – ୩/୦୫/୨୦୨୨:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ସମୀକ୍ଷା ଓ ବାର୍ଷିକ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଅତିଥି ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ପ୍ରାନ୍ତ ସହ କୋଷାଧ୍ୟକ୍ଷ ଶ୍ରୀ ଅଶୋକ ସିଂ ଏବଂ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଓ ଜିଲ୍ଲା ପ୍ରମୁଖ ପ୍ରତ୍ୟୁଷ ସାହୁ ଉପସ୍ଥିତ ଥିଲେ।ଏହି ବୈଠକରେ କଳାହାଣ୍ଡି ଜିଲ୍ଲାର ସାମାଜିକ ଓ ଶିକ୍ଷା ସ୍ଥିତି ଉପରେ ଆଲୋଚନା ହେବା ସହ ଏହାର ସମାଧାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ନିଶୁଳ୍କ କୋଚିଙ୍ଗ ଏବଂ ପ୍ରବେଶିକା ପରୀକ୍ଷା ପାଇଁ ହେଲ୍ପ ଡେସ୍କ କରିବେେ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ନିଷ୍ପତି ନିଆଯାଇଥିଲା।ଏହି କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ସଂଯୋଜକ ନୃପମଣି ଵାହୁକ୍ କରିବା ସହିତ ୫ ଟି ବ୍ଲକ ରୁ ୨୫ ଜଣ ପ୍ରତିନିଧି ଯୋଗ ଦେଇ ଥିଲେ ।କଳାହାଣ୍ଡି ଜିଲ୍ଲାର ସମସ୍ତ ବିଦ୍ୟାର୍ଥୀ ମାନଙ୍କ ବିକାଶ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅନବରତ କାର୍ଯ୍ୟ କରିବ ବୋଲି ଜିଲ୍ଲା ସଂଯୋଜକ ନୃପମଣି ସୂଚନା ଦେଇଛନ୍ତି।
next post