ଆହେ ଦୟାମୟ ଦୟାର ଠାକୁର
ସୁରେନ୍ଦ୍ର କୁମାର ବେହେରା
ଆହେ ଦୟାମୟ ବାରେ ଦୟାକର
ହେମୋର କଳା ଠାକୁର
ଦରିଆ କୂଳରେ ତୁମ ଭରସାରେ
ଗଢିଛି କୁଡିଆ ମୋର ।0।
ଅଗତିର ଗତି ଚତ୍ରୁର୍ଦ୍ଧା ମୂରତି
ପଥର ଦେଉଳେ ବସି
ଷାଠିଏ ପଉଟି ଆନନ୍ଦେ ଖାଉଛ
ଭାଇ ଭଉଣୀରେ ଖୁସି
ଦିନ ଭାସିଯାଏ ଭବ ସାଗରରେ
ବିପଦୁ ଉଦ୍ଧାର କର
ଆହେ ଦୟାମୟ ବାରେ ଦୟାକର
ହେମୋର କଳା ଠାକୁର ।1।
ମହାବାହୁ ନାମ ଜଗତେ ବିଦିତ
ଭକତ ବତ୍ସଳ ନାଥ
ବାହୁ ଛାୟା ତଳେ ରଖ ଅନାଥକୁ
ଆହେ ପ୍ରଭୁ ଜଗନ୍ନାଥ
ତୁମଶ୍ରୀ ପୟରେ କରୁଛି ମିନତି
ଦୁଃଖୀ ଦୁଃଖ ଘେନା କର
ଆହେ ଦୟାମୟ ବାରେ ଦୟା କର
ହେମୋର କଳା ଠାକୁର ।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର,ହରିପୁର ହାଟ ,ଯାଜପୁର