ରାଉରକେଲା/ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ସୁବର୍ଣ୍ଣରେଖା ର ନିଜସ୍ଵ ପରିସରରେ ସଦ୍ୟ ସମାପ୍ତ କମ୍ୟୁନିଟି ହଲ୍ ରାଉରକେଲା ର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଙ୍କ କର କମଳରେ ଉଦଘାଟିତ ହୋଇଯାଇଛି ।ପୂର୍ବତନ ବିଧାୟକ ଙ୍କୁ ଅନୁଷ୍ଠାନ ର କର୍ମକର୍ତ୍ତା ଓ ନନ୍ଦିନୀ ମହିଳା ସଂହତି ସଦସ୍ୟା ମାନେ ଉଛ୍ବସିତ ସ୍ବାଗତ କରିଥିଲେ । ସଭାପତି ମନୋରଂଜନ ଦାସ ବିଭିନ୍ନ ବିଭାଗ ବୁଲେଇ ଦେଖାଇବା ସହ ଅନୁଷ୍ଠାନର ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ ସହ ଯୋଗାଯୋଗ କରି ପରବର୍ତ୍ତୀ ନିର୍ମାଣ କାର୍ଯ୍ୟ ପାଇଁ ସେ ଚେଷ୍ଟା କରି ଅର୍ଥ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଉକ୍ତ ଉଦଘାଟନ ଉତ୍ସବରେ ଅନୁଷ୍ଠାନ ର ଉପଦେଷ୍ଟା ଆଇନଜୀବୀ କଲ୍ୟାଣ ପଣ୍ଡା,ସୁମନ ଦତ୍ତ,ଅନୀଲ ଦାସ, ପରମେଶ୍ବର ମହାରଣା, ବାମଦେବ ଆଚାର୍ଯ୍ୟ ଓ ଉପସଭାପତି ଅଜିତ ମହାପାତ୍ର, ବନବିହାରୀ ରଣା , ଅରକ୍ଷିତ ଆଦକ,ବାଲୁକିଶୋର ପାତ୍ର,କବୀନ୍ଦ୍ର ଦେଓ, ସୁରେନ୍ଦ୍ର ଦାସ,କନକଲତା ଜେନା,ଦେବଯାନୀ ଘୋଷ, ଦମୟନ୍ତୀ ବେହେରା, ସୁଷମା ସାହୁ,ଛବିରାଣୀ ପ୍ରଧାନ, ଜାନକୀ ବାଳା ପାତ୍ର,ରତିକାନ୍ତ ପରିଡ଼ା, ଗଗନ ପ୍ରଧାନ,ଆଇନଜୀବୀ ବୀଣାପାଣି ଘୋଷ, ବନଜା ଦାସ, ମିନତି ମହାନ୍ତି,ସଙ୍ଗୀତା ବେଜ, ସସ୍ମିତା ମଣ୍ଡଳ,ତପୋଇ ମାଝୀ, ଜ୍ୟୋସ୍ନା ଜେନା, କମଳା କାନ୍ତ ପ୍ରଧାନ,କମଳ ଗାରୁ, ରାଜେନ୍ଦ୍ର ଦାସ,ସୁବ୍ରତ ଜେନା, ପ୍ରଫୁଲ୍ଲ ସାହୁ, ବରୁଣ ମାଝୀ ଉପସ୍ଥିତ ରହି ଏହି ସମାରୋହର ଆୟୋଜନ ପାଇଁ ସହଯୋଗ କରିଥିଲେ ।
ପ୍ରଥମେ ସଭାପତି ଓ ପରେ ଅନୁଷ୍ଠାନ ର ନବଗଠିତ କାର୍ଯ୍ୟକର୍ତ୍ତା ପଦାଧିକାରୀ, ନନ୍ଦିନୀ ମହିଳା ସଂହତି ସଦସ୍ୟା, ଆଞ୍ଚଳିକ ପ୍ରତିନିଧି, ସ୍ବତନ୍ତ୍ର ଆମନ୍ତ୍ରିତ ପ୍ରତିନିଧି ଙ୍କୁ ଆଇନ ପରାମର୍ଶଦାତା ଆଇନଜୀବୀ କଲ୍ୟାଣ କମଳ ପଣ୍ଡା ଶପଥ ପାଠ କରାଇଥିଲେ । ସମସ୍ତ କାର୍ଯ୍ୟକ୍ରମ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରାଙ୍କ ସ°ଯୋଜନାରେ ଅନୁଷ୍ଠିତ ହୋଇଥିଲା।ଉପସଭାପତି ବନବିହାରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।