ଆରତ ନାଶନ ହରି
ସକାଳ ପ୍ରଣତି ଘେନ ଲକ୍ଷ୍ମୀପତି
ଆରତ ନାଶନ ହରି
ଭଵ ସାଗରରେ ଭାସିଯାଏ ପ୍ରଭୁ
ରଖ ହେ ଉଦ୍ଧାର କରି ।1।
ଜଗତ ଠାକୁର କରିବନି ପର
ଦୁଃଖରେ ବିତୁଛି ଦିନ
ଅଳିକ ସଂସାର ବଡ ମାୟା ଘୋର
ଜୀବନଟା ଛକି ଶୁନ୍ ।2।
ଆନନ୍ଦ ବଜାରେ ଭକତ ମେଳରେ
ଖାଇବି ଅବଢ଼ା ଡାଲି
ସତେ ଭାଗ୍ୟ ହେବ କେବେଦୟା ହେବ
କହିବକି ନାଥ ଖୋଲି ।3।
ବାଇଶି ପାହାଚେ ଗଡେଇ ଦେବକି
ପାପ ତାପ ଯିବ ଧୋଇ
ସଂସାରକୁ ମତେ ଆଣିଛ ଠାକୁରେ
ଗୁହାରି ଶୁଣ ଗୋସାଇଁ ।4।
କ୍ଷେତ୍ରବାସୀ ହୋଇ ଦେବନି ଦୁରେଇ
ଶ୍ରୀପୟରେ ଅଳି ମୋର
ସଂସାର ଜଂଜାଳେ ଦୀନ କାନ୍ଦି ମରେ
ଉଦ୍ଧାର କଳା ଠାକୁର ।5।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର ।