ଉତ୍ତମ
ମାନବ ମନରେ ଉତ୍ତମ ଚିନ୍ତନ
ଯେତେବେଳ ଯାଏ ଥିବ
ଉତ୍ତମ ଭୋଜନ ଉତ୍ତମ ଶୟନ
ପଥବି ସୁଗମ ହେବ ।1।
ହୃଦୟରେସ୍ନେହ ମମତାର ଭାବ
ଯେଯାଏ ଉତ୍ତମ ଥିବ
ବନ୍ଧୁ ପରିଜନ ସଦାଖୁସି ମନ
ଯିବା ଆସିବା ଲାଗିବ ।2।
ମହତ ଭାବନା ମନରେ ରହିଲେ
ମଣିଷ ଉତ୍ତମ ଶ୍ରେଷ୍ଠ
ସମାଜରେ ବଢେ ଆଦର ସମ୍ମାନ
ହୁଏନାହିଁ ପଥଭ୍ରଷ୍ଟ ।3।
ଜୀବନ ଯାତ୍ରାରେ ସାଧୁ ସନ୍ଥ ମେଳେ
ଜପିଲେ ଓଁକାର ଶବ୍ଦ
ସାଧନା ପଥରେ ଈଶ୍ୱରଙ୍କ ସତ୍ତା
ହୋଇଥାଏ ଜ୍ଞାନେ ଲବ୍ଧ ।4।
ଉତ୍ତମ ଚରିତ୍ର ସଂସ୍କାର ସଂସ୍କୃତି
ମାନବ ମୁଖ୍ୟ ଭୂଷଣ
ନୀତି ଆଦର୍ଶରେ ସଂସାରେ ଚଳିଲେ
ପ୍ରାପ୍ତ ହୁଏ ଦିବ୍ୟଜ୍ଞାନ ।5।
ଉତ୍ତମ ଲକ୍ଷଣ ଜ୍ଞାନ ସର୍ବୋତ୍ତମ
ଆପଣା ବ୍ୟକ୍ତିତ୍ୱ ପାଇଁ
ସତସଙ୍ଗ କଲେ ଆତ୍ମ ସମ୍ମାନରେ
ଜୀବନ ଧନ୍ୟ ହୁଅଇ ।6।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର ।