ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ ରଦ୍ଦ ହେଲା….
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମସ୍ତ ନିଗମ ଓ ବୋର୍ଡ ଅଧ୍ୟକ୍ଷଙ୍କ ସମେତ ପରାମର୍ଶଦାତାଙ୍କ ନିଯୁକ୍ତିକୁ ନିରସ୍ତ୍ର କରିଛନ୍ତି । ଏହି ପଦପଦବୀରେ ଅବସ୍ଥାପିତ ହୋଇଥିବା ମୋଟ ୨୩ଜଣ ରାଜନୀତିକ ବ୍ୟକ୍ତି ଆସନ୍ତାକାଲିଠୁ ନିଜର ପଦ ହରାଇବେ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଧ୍ୟ ତାଙ୍କ ପଦ ହରାଇବେ।
ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦେବାଶୀଷ ମହାନ୍ତି, ଈଶ୍ୱର ପାଣିଗ୍ରାହୀ, ପ୍ରଭାତଆଦିତ୍ୟ ମିଶ୍ର, ଅସିତ ପଟ୍ଟନାୟକ, ଅମରେନ୍ଦ୍ର ଦାସ, ମୀନକେତନ ଅମାତ୍ , ଚିନ୍ମୟ ସାହୁ, ଶ୍ରୀମୟୀ ମିଶ୍ର, ଅମରେଶ ପତ୍ରୀ, ସତ୍ୟବ୍ରତ ତ୍ରିପାଠୀ, ବିଜୟ ନାୟକ, ପ୍ରିୟଦର୍ଶୀ ମିଶ୍ର, ସଂଗ୍ରାମ କେଶରୀ ପାଇକରାୟ, ଅନୁଭବ ପଟ୍ଟନାୟକ, କୃତ୍ତିବାସ ପାତ୍ର, ଉତ୍କଳ କେଶରୀ ପରିଡ଼ା, ଦେବାଶୀଷ ମଲ୍ଲିକ, ଜନ୍ମେଜୟ ଲେଙ୍କା, ରାମଚନ୍ଦ୍ର ପଣ୍ଡା, ଲୋପାମୁଦ୍ରା ବକ୍ସିପାତ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ସୁଧୀର ଦାସ ସାମିଲ ଅଛନ୍ତି । ଏହି ନେତାମାନଙ୍କୁ ୨୦୧୯ ଅଗଷ୍ଟ ମାସରେ ବିଭିନ୍ନ ନିଗମ ଓ ବୋର୍ଡ ଅଧ୍ୟକ୍ଷ ସମେତ ବିଭାଗର ପରାମର୍ଶଦାତା ପଦବୀରେ ଅବସ୍ଥାପିତ କରାଯାଇଥିଲା।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….