ରାଉରକେଲା/ ସହରର ଅଗ୍ରଣୀ ସଂଗୀତ ଅନୁଷ୍ଠାନ ହମ୍ ନିଶାଦ୍ ର ଡିଲଗ ( ବର୍ଷା ର ଛିଟା)କାର୍ଯ୍ୟକ୍ରମ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଡଃ ସଂଚିତା ଚୌଧୁରୀଙ୍କ ଅଧ୍ୟକ୍ଷତା ଓ ମହମ୍ମଦ କାଶିମ ଙ୍କ ଆବାହକତ୍ବରେ ଆୟୋଜିତ ଏହି ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ରେ ଦୀପିକା ମହିଳା ସଂହତିର ସଭାପତି ସୀମା ଭୌମିକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଦୀପିକା ମହିଳା ସଂହତି ର ଉପସଭାପତି ଇନ୍ଦ୍ରାଣୀ କୁଣ୍ଡୁ,ସମାପିକା ସାହୁ, ଆରଏସପି ପ୍ରୋଜେକ୍ଟ ଇଡି ପି.କେ.ସାହୁ, ମହାପ୍ରବନ୍ଧକ ଏସ.କେ. ମଲ୍ଲିକ, ମହାପ୍ରବନ୍ଧକ ବିଜୟ କୁମାର ରାଉତ, ସଂଚାର ବିଭାଗର ମୁଖ୍ୟ ଅର୍ଚ୍ଚନା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଭୌମିକ ଏହି ଅବସରରେ କହିଲେଯେ ସଂଗୀତ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ ଏହା ମାନସିକ ଅବସାଦ ଦୂର କରିବା ସହ ଭାଇଚାରା ସୃଷ୍ଟି କରିଥାଏ। ଏହି ଅବସରରେ ଅନୁଷ୍ଠାନର ସର୍ବଶ୍ରୀ ଆତିଶ ସରକାର,ଡଃ ସୁଚିତ୍ରା ଚୌଧୁରୀ,ଏମଡି କାଶିମ,କୋଏଲ ସାହା, ସୌମି ପଟ୍ଟନାୟକ,ସୁଚରିତା ମହାନ୍ତି, ବିନିତା ପଣ୍ଡା,ସୁମିତ୍ରା କୁଜୁର,ଇନ୍ଦ୍ରାଣୀ ସରକାର, ବିତିଶ ବରଣ ନାୟକ,ସୌମ୍ଯ କାନ୍ତ ମିଶ୍ର,ଅସ୍ମିତା ଭଟ୍ଟାଚାର୍ଯ୍ୟ,ଏମଡି ଆୟାନ,ଏମଡି ଅରମାନ, ଅର୍ଣ୍ଣବ ଶଙ୍କର, ଶିବେସ ସାହା,ଆୟାନା ମୁଖାର୍ଜୀ,ପଦ୍ମା ବାଗ୍ରୀ,ଅସୀମ ବେହେରା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଗଣନାୟକ ଭଜନ ଠାରୁ ଆରମ୍ଭ କରି ଚୁପକେ ଚୁପକେ ଓ ବିଭିନ୍ନ ରାଜ୍ୟର ଭାଷାକୁ ନେଇ ଏକକ ସଂଗୀତ ଗାନ କରାଯାଇଥିଲା। ଏଥିରେ ବାଦ୍ୟଯନ୍ତ୍ରରେ ମନୋଜ ନାୟକ,ଗଣେଶ ଟେଟେ,ଅମିତ ରଣା,ପୁଲକ ରଂଜନ ମଲ୍ଲିକ, ନେଲସନ, ରମେଶ ପ୍ରମୁଖ ସହଯୋଗ କରିଥିଲେ। ସହରର ବହୁ ସଂଗୀତ ପ୍ରେମୀ ଦର୍ଶକ ଏହାକୁ ଉପଭୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ