ଜୁନାଗଡ଼,୩୦/୬(ମ ନି ସ) ପୂଜ୍ୟ ଗୋପବନ୍ଧୁଙ୍କ ପୁଣ୍ୟ ସେବାସପ୍ତାହ ଅବସରରେ ସ୍ଥାନୀୟ ହାତୀନଦୀ ସ୍ମଶାନ ଘାଟରେ ସହରର ସ୍ବେଛାସେବୀ ମାନଙ୍କୁ ନେଇ ଏକ ସଫେଇ ଲର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ମଶାନ ଘାଟ ପରିସର ଏବଂ ଭିତରେ ରହିଥିବା ଆବର୍ଜନା ସବୁ ସଫେଇ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉତ୍କଳମଣି ସେବା ସଂସ୍ଥାର ସଭାପତି କୈଳାସ ରାଉତ, ସମ୍ପାଦକ ଉଦ୍ଧବ ସାହୁ, ଉପଦେଷ୍ଟା ରମେଶ ନାୟକ ସ୍ବେଛାସେବୀ ସୁବାଷ ଖେମକା, ବିଶ୍ୱନାଥ କର,ମନୋଜ ଧଙ୍ଗଡାମାଝୀଙ୍କ ସମେତ ଅନେକ ସ୍ବେଛାସେବୀ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମ ଜୁନାଗଡ଼ ନଗରପାଳ ତଥା ପ୍ରତିନିଧି ମୁକେଶ ଅଗ୍ରୱାଲ, ନରେନ୍ଦ୍ର କ୍ଷୀତିଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା।
ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ